ପୁରୀ: ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ସାତପଡ଼ା ପଞ୍ଚାୟତ କନିଷ୍ଠ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷା ମହାବିଦ୍ୟାଳୟ ପରିସର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
କଲେଜ ପରିସରରେ ଭିତରେ ଥିବା ନିଜ କ୍ୱାର୍ଟରରେ ଅଧ୍ୟକ୍ଷା ଭାନୁମତି ପ୍ରଧାନ ନିଜ ଶାଢ଼ୀ ଲଗାଇ ଝୁଲିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା।
ଖବର ପାଇ ସାତପଡା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡିନାହିଁ।
Comments are closed.