Latest Odisha News

BREAKING NEWS

୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍

ନୟାଗଡ଼ : ଲକ୍ଷେ ଟଙ୍କା ଲାଞ୍ଚ ନେଇ ବନ୍ଧାହେଲେ ପ୍ରିନ୍ସିପାଲ୍। ଦରମା ରିଲିଜ୍ କରାଇବା ଉଦ୍ଦେଶ୍ୟରେ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ କଲେଜର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ବାନ୍ଧିଲା ଭିଜିଲାନ୍ସ।

ଶ୍ରୀଯୁକ୍ତ ଭୂୟାଁ ସହକର୍ମୀଙ୍କର ବକେୟା ଥିବା ୫ ଲକ୍ଷ ଦରମା ଟଙ୍କା ରିଲିଜ୍ କରାଇବାକୁ ଲାଞ୍ଚ ନେଉଥିଲେ। ତେବେ ସହକର୍ମୀ ଜଣକ ଏହି ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସକୁ ଜଣାଇବା ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଲାଞ୍ଚ ନେବା ସମୟରେ ମାଡି ବସିଥିଲା ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଏତତବ୍ୟତୀତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ପ୍ରିନ୍ସିପାଲଙ୍କ ୨ଟି ସ୍ଥାନରେ ମଧ୍ୟ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

Comments are closed.