Latest Odisha News

BREAKING NEWS

କଟକରେ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ବିଧା, ଗୋଇଠା ମରାମରି

 

କଟକ: କଟକ ସ୍ଥିତ ନେତାଜୀ ସୁଭାଷ ମେମୋରିଆଲ୍ ସିଟି କଲେଜରେ ସୋମବାର ଦିନ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନା ଦେଖାଦେଇଥିଲା।

ସୂଚନାନୁସାରେ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ନିୟମିତ ଭାବରେ କଲେଜ ପରିସରରେ ପଶି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ ପ୍ରାୟତଃ ଛାତ୍ରୀମାନଙ୍କ ସହିତ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି।

ସୋମବାର ଦିନ ସେମାନେ ପ୍ଲସ୍-୨ ଛାତ୍ରଙ୍କୁ ଆକ୍ରମଣ କରିବା ଅଭିଯୋଗ ହେବା ପରେ ସମସ୍ୟା ଉପୁଜିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଛାତ୍ରମାନେ ସେମାନଙ୍କ ସହିତ ଝଗଡ଼ା କରିଥିଲେ। ଯାହାପରେ କ୍ୟାମ୍ପସ ଏକ ମିନି ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା। ଆଉ କିଛି ଛାତ୍ର ଏହି ଘଟଣାକୁ ରେକର୍ଡ କରିଥିଲେ। ଏପରିକି କେଇ ମିନିଟରେ ଏହି ଘଟଣା ଭାଇରାଲ ମଧ୍ଯ ହୋଇଥିଲା।

Comments are closed.