Latest Odisha News

ନୂଆବର୍ଷରୁ ରାଜ୍ୟରେ ଖୋଲିପାରେ କଲେଜ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ରାଜ୍ୟରେ ବନ୍ଦ ରହିଛି ସ୍କୁଲ କଲେଜ । ୯ମାସ ହେବ ବନ୍ଦ ରହିଛି । କେବେ ଖୋଲିବ ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି । ନୂଆବର୍ଷରେ ରାଜ୍ୟରେ କଲେଜ ଖୋଲିପାରେ । ଆରମ୍ଭ ହୋଇପାରେ କ୍ଲାସ୍। ଏନେଇ ଆଶା ପ୍ରକାଶ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ତେବେ ଚୁଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ।

ଉଚ୍ଚଶିକ୍ଷା ସଚିବ କହିଛନ୍ତି, ୟୁଜି ଓ ପିଜି ପାଇଁ ସେମିଷ୍ଟର ପରୀକ୍ଷା ଘୁଞ୍ଚିବ। କ୍ଲାସରେ ୭୦/୮୦ ଦିନ ପାଠପଢ଼ା ପରେ ପରୀକ୍ଷା କରାଯିବ । କଲେଜ ଖୋଲିବାରେ ବିଳମ୍ବ ହେଲେ ସିଲାବସ ହ୍ରାସ ନେଇ ଉଚ୍ଚଶିକ୍ଷା ବିଭାଗ ଚିନ୍ତା କରିବ ।

ଅନଲାଇନ୍‌ ପଢ଼ାକୁ ନେଇ ପରୀକ୍ଷା କରାଗଲେ ଫେଲ୍ ହାର ବଢ଼ିବ ବୋଲି କହିଛନ୍ତି ଶାଶ୍ବତ ମିଶ୍ର । ସଂସ୍କୃତ ୟୁନିଭରସିଟିର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି। ସେମାନଙ୍କର ଲକ୍‌ଡାଉନ୍‌ ପୂର୍ବରୁ କ୍ଲାସ ସରିଯାଇଥିଲା । ସେହିପରି ଓଡ଼ିଶା ଷ୍ଟେଟ ଓପନ ୟୁନିଭରସିଟିକୁ ମଧ୍ୟ ପରୀକ୍ଷା ଅନୁମତି ଦିଆଯାଇଛି। କାରଣ ସେଠାରେ ଫିଜିକାଲ କ୍ଲାସ କରାଯାଏ ନାହିଁ।

Leave A Reply

Your email address will not be published.