Latest Odisha News

BREAKING NEWS

ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ଆଶଙ୍କା

କଲମ୍ବୋ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଫେବୃୟାରୀ ୧୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ଏଠାରେ ଆୟୋଜିତ ହେବ । ଭାରତୀୟ ଦଳ ଏଥିପାଇଁ କଲମ୍ବୋ ଗସ୍ତରେ ଯାଇ ସାରିଛି । ଭାରତ ଏବଂ ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରେ ୨ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରି ଭଲ ସ୍ଥିତିରେ ରହିଛନ୍ତି । ତେବେ ଏହି ମ୍ୟାଚରେ ବର୍ଷା ଆଶଙ୍କା ଦେଖା ଦେଇଛି । ଯାହାକି ପ୍ରଶଂସକଙ୍କୁ କିଛି ମାତ୍ରାରେ ନିରାଶ କରିଛି । ଫେବୃୟାରୀ ୧୫ରେ ଦିନଯାକ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଦିନ ଅପେକ୍ଷା ରାତିରେ ବର୍ଷା ସମ୍ଭାବନା କମ ରହିଛି । ୧୪ରୁ ବର୍ଷା ଏଠାରେ ଆରମ୍ଭ ହୋଇଯିବ ଏବଂ ଲାଗି ରହିବ । ଯଦି ବର୍ଷା ଯୋଗୁ ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହୋଇଯାଏ ତେବେ ଉଭୟ ଟିମ ଗୋଟିଏ ଲେଖାଏଁ ପଂଏଟ ହାସଲ କରିବେ । ଗ୍ରୁପ ପର୍ଯ୍ୟାୟ ମୁକାବିଲା ପାଇଁ କୌଣସି ରିଜର୍ଭ ଡେ ରଖାଯାଇ ନାହିଁ ।

Leave A Reply

Your email address will not be published.