Latest Odisha News

BREAKING NEWS

ଆସନ୍ତାକାଲିଠୁ କୁଲଡ଼ିହା ଅଭୟାରଣ୍ୟରେ କମ୍ବିଂ ଅପରେସନ: ବନ୍ୟପ୍ରାଣୀ ପିସିସିଏଫ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ଶିମିଳିପାଳ କୁଲଡ଼ିହା ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ ହେବ । ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ଆସନ୍ତାକାଲି ସକାଳୁ ମିଳିତ କମ୍ୱିଂ ଆରମ୍ଭ କରିବେ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି । ଗତକାଲି ବିଳମ୍ୱିତ ରାତିରେ ଶିକାରୀ ଗୁଳିରେ ବନ କର୍ମଚାରୀ ଆହତ ହେବା ପରେ ବନ ବିଭାଗ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।

ଏହାସହ ବନ୍ୟପ୍ରାଣୀ ପିସିସିଏଫ୍ ଶିକାରୀଙ୍କୁ ଚେତାବନୀ ଦେବା ସହ ଅପିଲ କରିଛନ୍ତି, ଯଦି କିଏ ଚୋରା ବନ୍ଧୁକ ରଖିଛନ୍ତି, ତୁରନ୍ତ ସରେଣ୍ଡର କରିଦିଅନ୍ତୁ । ନଚେତ ବନ ବିଭାଗ ପୂରା ସଜାଗ ରହିଛି, କାହାରିକୁ ଛଡାଯିବନି ।

ସେହିପରି ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି,‘‘ ଶିକାରୀ ଗୁଳିରେ ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଥିବା ଦୁଇ ବନ କର୍ମଚାରୀ ବିପଦମୁକ୍ତ ଅଛନ୍ତି । ଜଣଙ୍କ ଶରୀରରେ ଗୁଳି ବାଜିଛି । ଅପରେସନ କରି ବାହାର କରାଯିବ ।’’

ସୂଚନାଯୋଗ୍ୟ, ଗତକାଲି ବିଳମ୍ୱିତ ରାତିରେ ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହେଇଥିଲେ । ବନ କର୍ମଚାରୀ ପାଟ୍ରୋଲିଂ କରିବା ବେଳେ ଶିକାରୀମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏଥିରେ ୩ ଜଣ ବନ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

Leave A Reply

Your email address will not be published.