Latest Odisha News

BREAKING NEWS

ମାଲକାନଗିରି ତୁଳସୀ ପାହାଡ଼ରେ ନକ୍ସଲ ଅପରେସନ୍ ସାରି ଫେରିଲେ ଯବାନ

ମାଲକାନଗିରି: ମାଓ ବିରୋଧୀ ଅପରେସନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । କମ୍ବିଂ ଶେଷ କରି ୩ ମାଓବାଦୀଙ୍କ ମୃତଦେହ ଓ ମାଓ ସାମଗ୍ରୀ ସହ ଫେରିଛନ୍ତି ଅପରେସନରେ ସାମିଲ ଯବାନ ।

ଗତକାଲି ମାଲକାନଗିରି ଜିଲ୍ଲା ତୁଳସୀ ରେଞ୍ଜରେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ । ଏତିକିବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ । ଏଥିରେ ଦୁ ଜଣ ମହିଳା କ୍ୟାଡର ମାଓବାଦୀଙ୍କ ସମେତ ୩ ଜଣ ପ୍ରାଣ ହରାଇଥିଲେ । ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ଜିଲ୍ଲାରେ ମାଓବାଦୀ ଗତିବିଧିର ସମୀକ୍ଷା କରିବେ ।

Leave A Reply

Your email address will not be published.