Latest Odisha News

ମଞ୍ଚରେ ଏତେ ପ୍ରାଞ୍ଜଳ ଓ ସ୍ପଷ୍ଟ ଭାବେ କେମିତି କମେଡି କରନ୍ତି କପିଲ ଶର୍ମା? ଖୋଲିଲା ପୋଲ୍

ମୁମ୍ବାଇ: କପିଲ ଶର୍ମା ଦେଶର ସବୁଠାରୁ ଲୋକପ୍ରିୟ କମେଡିଆନ୍ ମାନଙ୍କ ମଧ୍ୟରୁ ଜଣେ। ସୋନି ଟିଭିର ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ରେ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳେ। ଦର୍ଶକ ଏହି ଶୋ’କୁ ଅପେକ୍ଷା କରିଥାନ୍ତି ଦେଖିବାକୁ। ତାଙ୍କୁ ଦେଖିଲା ମାନେ ସମସ୍ତେ ହସୁଛନ୍ତି। କପିଲଙ୍କ ହଠାତ ଭାବଭଙ୍ଗୀ ଚେହେରା ଏବଂ ନାଚୁରାଲ ଅଭିନୟ ତାଙ୍କ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଥାଏ।

ତେବେ କପିଲ ଶର୍ମାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ହାସ୍ୟାଭିନେତାମାନେ ଟେଲିପ୍ରମ୍ପଟରରେ ଥଟ୍ଟାମଜା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଫ୍ୟାନମାନେ ଅଭିନେତାଙ୍କୁ ସମର୍ଥନ କରିଛନ୍ତି। ଏହି ସମୟରେ କପିଲ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି।

ଭିଡିଓରେ ବ୍ୟାକଗ୍ରାଉଣ୍ଡ ଗ୍ଲାସକୁ ବଡ଼ କରି ଦେଖାଉଛନ୍ତି, ଯେଉଁଥିରେ ମନିଟରରେ ଚାଲୁଥିବା ଲାଇନର ରିଫ୍ଲେକ୍ସନ ସ୍ପଷ୍ଟ ଦେଖାଯାଉଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛନ୍ତି, ମୁଁ ଭାବିଥିଲି କପିଲ ନିଜେ ସବୁ ଜୋକ୍ସ କହୁଥିବେ। କିନ୍ତୁ ଏହା ଟେଲିପ୍ରମ୍ପଟର ମାଧ୍ୟମରେ ପଢାଯାଉଛି। ଦେଖନ୍ତୁ, ପରଦା ଧିରେ ଧିରେ ଉପରକୁ ଯାଉଛି।

 

View this post on Instagram

 

A post shared by Ojasva Vardhan (@cloakofinvisibili.t)

ଏହି ଭିଡିଓକୁ ନେଇ ଅନେକ ସୋଶିଆଲ ମିଡିଆ ୟୁଜର କହିଛନ୍ତି ଯେ ଏହା ଏକ ଆବଶ୍ୟକ ପ୍ରକ୍ରିୟା ଏବଂ ସମସ୍ତେ ଏହାକୁ ବ୍ୟବହାର କରନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଆମେ ସମସ୍ତେ ଜାଣୁ ଯେ ଏହା ପଛରେ ଏକ ଟିମ୍ ଅଛି ଏବଂ ସେମାନେ ସେମାନଙ୍କର କାମ ଭଲ ଭାବରେ କରୁଛନ୍ତି।।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସମସ୍ତ ଧାଡ଼ିକୁ ଠିକ୍ ଭାବେ ମନେ ରଖିବା ଏତେ କଷ୍ଟକର। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ନ୍ୟୁଜ୍ ଆଙ୍କରମାନେ ମଧ୍ୟ ଟେଲିପ୍ରମ୍ପଟର ବ୍ୟବହାର କରନ୍ତି। ଲୋକେ କହନ୍ତି ଯେ କପିଲ ଶର୍ମାଙ୍କ କାମ ହେଉଛି ଲୋକଙ୍କ ମନୋରଞ୍ଜନ କରିବା ଏବଂ ସେ ନିଜର କମେଡିରେ ସମସ୍ତଙ୍କୁ ହସାଇ ଥାଆନ୍ତି।

ଅକ୍ଷୟ କୁମାର, ଅଜୟ ଦେବଗନ, ରଣବୀର ସିଂହ, ଦୀପିକା ପାଦୁକୋନ୍, ଆଲିଆ ଭଟ୍ଟ, ଅଜୟ ଦେବଗନ, ଧର୍ମେନ୍ଦ୍ରଙ୍କ ଭଳି ସେଲିବ୍ରିଟି କପିଲ ଶର୍ମା ସୋ’ରେ ସାମିଲ ହୋଇଛନ୍ତି।

 

Comments are closed.