ଭୁବନେଶ୍ୱର: କାଷ୍ଟିଂ କାଉଚ୍ ମାମଲାରେ ପପୁ ପମପମଙ୍କୁ କ୍ଲିନ୍ ଚିଟ୍ । ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ପପୁ ପମପମ୍ । ୨୦୧୬ ମସିହାରେ ପପୁଙ୍କ ନାଁରେ କାଷ୍ଟିଂ କାଉଚ୍ ନେଇ ଅଭିଯୋଗ ଆଣିଥିଲେ ନାବାଳିକା । ଫିଲ୍ମରେ ରୋଲ୍ ଦେବେ କହି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ପପୁ ପମପମଙ୍କ ସହ ସହଯୋଗୀ ଗିଟୁଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ଏବେ ଉଭୟଙ୍କୁ ପକ୍ସୋ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ନିର୍ଦ୍ଦୋଷରେ ଖଲାସ ପରେ ପ୍ରତିକ୍ରିୟା ରଖିଛନ୍ତି ପପୁ । କହିଛନ୍ତି, ମୋର ବିଶ୍ୱାସ ନ୍ୟାୟ ବ୍ୟବସ୍ଥା ଉପରେ ଥିଲା । ଭୁଲ୍ ନକରି ଜେଲ୍ ଭିତରେ ରହି କଷ୍ଟ ପାଇଥିଲି । ଅଦାଲତ କ୍ଲିନ୍ ଚିଟ୍ ଦେଇଛନ୍ତି । ଏପରିକି ଅଭିଯୋଗକାରିଣୀ କୌଣସି ଅଭିଯୋଗ କରି ନଥିବା କୋର୍ଟରେ କହିଥିବା କହିଛନ୍ତି ପପୁ ପମ୍ ପମ୍ । ଅର୍ଥାତ୍ ପପୁଙ୍କୁ ଲୋକପ୍ରିୟତାକୁ ସହି ନପାରି କେହି ଫସାଇବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିବା କୋର୍ଟଙ୍କ ରାୟରୁ ଜଣାପଡ଼ିଛି ।
Comments are closed.