Latest Odisha News

BREAKING NEWS

୧୦ ଶ୍ରେଣୀକୁ ୭ ଜଣ ସାର୍, 5T ଅଧିନରେ ରୂପାନ୍ତରିତ ହାଇସ୍କୁଲରେ ତାଲା ପକାଇଲେ ଅଭିଭାବକ

ସୋନପୁର: ପିଲାଙ୍କୁ ଉନ୍ନତମାନର ଶିକ୍ଷାଦାନ ପାଇଁ ସରକାର 5T ଅଧିନରେ ହାଇସ୍କୁଲ ଗୁଡ଼ିକର ରୂପାନ୍ତରଣ କରୁଛନ୍ତି । କିନ୍ତୁ ଶ୍ରେଣୀ ଓ ପିଲା ସଂଖ୍ୟା ଅନୁଯାୟୀ ଶିକ୍ଷକ ନାହାନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଉଗ୍ର ରୂପ ନେଇଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗାଁରେ ଥିବା ହାଇସ୍କୁଲରେ ତାଲା ପକାଇ ଦେଇଛନ୍ତି ଅବିଭାବକ । ଦୀର୍ଘଦିନ ଧରି ଏହି ହାଇସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି ।

ହାଇସ୍କୁଲରେ ୧୦ଟି ଶ୍ରେଣୀ ପାଇଁ କେବଳ ୭ ଜଣ ଶିକ୍ଷକ ଅଛନ୍ତି । କିଛି ଦିନ ତଳେ ଏହି ହାଇସ୍କୁଲକୁ ରାଜ୍ୟ ସରକାର 5T ଅଧିନରେ ରୂପାନ୍ତରିତ କରିଥିଲେ । ବିଦ୍ୟାଳୟର ଭିତ୍ତିଭୂମି ବିକଶିତ ତ ହେଲା କିନ୍ତୁ ଶିକ୍ଷକ ସମସ୍ୟାର ସମାଧାନ ଏଯାଏ ହୋଇ ପାରିନି । ଅଭିଭାବକ ତଥା ଗ୍ରାମବାସୀମାନେ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । କିନ୍ତୁ କେହି ଶିକ୍ଷକ ପଦବୀ ପୂରଣ ପାଇଁ ପଦକ୍ଷେପ ନେଉ ନାହାନ୍ତି ।

ଫଳରେ ବାଧ୍ୟ ହୋଇ ଆଜି ଅବିଭାବକ ମାନେ ବିଦ୍ୟାଳୟର ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରଛାତ୍ରୀ ମାନେ ମଧ୍ୟ ବିଦ୍ୟାଳୟ ଭିତରକୁ ନ ଯାଇ ବାହାରେ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି । ଶିକ୍ଷକ ପଦବୀ ପୂରଣ ନ ହେବା ପର୍ଯ଼୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଅବିଭାବକ ।

Leave A Reply

Your email address will not be published.