Latest Odisha News

BREAKING NEWS

ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ହସ୍ପିଟାଲ ବେଡରେ ଚିକିତ୍ସାଧୀନ ଥିବା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ରାଜୁଙ୍କ ପରିବାର ଲୋକେ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।

ଅଗଷ୍ଟ ୧୦ରେ ଜିମରେ ବ୍ୟାୟାମ କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସୁଧୁରି ନଥିବା ବେଳେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା।

ଚିକିତ୍ସା ସମୟରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଖବର ଆସିଥିଲା । ପରିବାର ଲୋକେ ଏବଂ ତାଙ୍କୁ ଶୁଭେଚ୍ଛୁ ଆଶା କରିଥିଲେ ପୁଣିଥରେ ରାଜୁ ରିଅଲ ଲାଇଫକୁ ଫେରିବେ ଆଉ ଲୋକଙ୍କୁ ହସାଇବେ। ​​କିନ୍ତୁ ଏବେ ସେ ସମସ୍ତଙ୍କୁ ଭୁଲି ଅଫେରା ରାଇଜକୁ ଚାଲଯାଇଛନ୍ତି।

କମେଡିଆନ ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଏକ ହୋଟେଲରେ ରହିଥିଲେ ଏବଂ ସେ ସେହି ହୋଟେଲରେ ଥିବା ଜିମରେ ବ୍ୟାୟାମ କରୁଥିଲେ। ବ୍ୟାୟାମ ସମୟରେ ରାଜୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯିବା ପରେ ତଳେ ପଡିଯାଇଥିଲେ। ରାଜୁଙ୍କୁ ଏହାପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରେ ଜଣାପଡିଥିଲା ରାଜୁଙ୍କୁ ହୃଦଘାତ ହୋଇଛି।

ସେ ତଳେ ପଡ଼ିଯିବା ପରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଥିଲା। ହୃଦଘାତ ହେବା ପରେ ତାଙ୍କ ମସ୍ତିଷ୍କ ଅଧିକ ପ୍ରଭାବିତ ହୋଇଥିଲା। ଡାକ୍ତରମାନେ କହିଥିଲେ ଯେ ରାଜୁଙ୍କ ଚେତା ଫେରି ପାଇବାକୁ ସମୟ ଲାଗିପାରେ।

ଡାକ୍ତରଙ୍କ କହିବା ଅନୁଯାୟୀ ରାଜୁ ଶ୍ରୀବାସ୍ତବଙ୍କ ବ୍ରେନରେ ପାଣି ଜମିଥିବାରୁ ତାଙ୍କ ବ୍ରେନ ଆଉ କାମ କରୁନଥିଲା। କେବଳ ରାଜୁ ଶ୍ରୀବାସ୍ତବଙ୍କ ନିଃଶ୍ୱାସ ପ୍ରଶ୍ୱାସ ଚାଲୁଥିଲା । କିନ୍ତୁ ଶରୀରର ବାକି ଅଙ୍ଗ କାମ କରୁନଥିଲା। ସେ କେବଳ ନିସ୍ତେଜ ହୋଇ ପଡ଼ି ରହିଥିଲେ।

Comments are closed.