Latest Odisha News

BREAKING NEWS

ପ୍ରେମ ପାଇଁ ପ୍ରେମିକାକୁ ଆକ୍ରମଣ କରି ଆତ୍ମହତ୍ୟା କଲା ପ୍ରେମିକ

ରାଞ୍ଚି: ପ୍ରେମିକାକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା କଲା ପ୍ରେମିକ। ଏପରି ଚାଞ୍ଚଲ୍ୟକର ଘଟଣା ଝାଡ଼ଖଣ୍ଡର ହଜାରିବାଗରେ ଘଟିଛି। ପଶ୍ଚିମବଙ୍ଗରେ ରହୁଥିବା ଏବଂ ବେଙ୍ଗାଲୁରୁରେ ଡାକ୍ତରୀ ବିଜ୍ଞାନ ଅଧ୍ୟୟନ କରୁଥିବା ଜଣେ ଛାତ୍ର ଏପରି କାଣ୍ଡ ଘଟାଇଛି। ଉକ୍ତ ଛାତ୍ର ଜଣକ ପ୍ରଥମେ ନିଜ ପ୍ରେମିକାକୁ ଝାଡ଼ଖଣ୍ଡର ହଜାରିବାଗ ସହରର ଏକ ହୋଟେଲକୁ ଡାକିଲା। ଏଠାରେ ଛାତ୍ର ଜଣକ ପ୍ରେମିକାକୁ ଆକ୍ରମଣ କରିବା ପରେ ନିଜେ ହୋଟେଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ମଙ୍ଗଳବାର ପୋଲିସ ସୂଚନା ଦେଇଛି।

ହଜାରିବାଗ ସଦର ସବ-ଡିଭିଜନାଲ ପୋଲିସ ଅଧିକାରୀ ମହେଶ ପ୍ରଜାପତିଙ୍କ କହିବା କଥା ହେଲା, ମୃତ ଯୁବକ ପଶ୍ଚିମବଙ୍ଗର ବାଙ୍କୁରା ବାସିନ୍ଦା ହୋଇଥିବା ବେଳେ ତାଙ୍କ ପ୍ରେମିକା ଝାଡ଼ଖଣ୍ଡର ଚତରା ଜିଲ୍ଲା ଅନ୍ତର୍ଗତ ସିମରିଆର ବାସିନ୍ଦା। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତ ଯୁବକ ଖୀରବାଲ ନନ୍ଦୀ ସେପ୍ଟେମ୍ବର ୧୮ ତାରିଖ ହଜାରିବାଗ ବସ୍ ଷ୍ଚାଣ୍ଡ ନିକଟସ୍ଥ ଏକ ହୋଟେଲରେ ପ୍ରମିକା ସହ ସାକ୍ଷାତ କରିବାକୁ ଆସିଥିଲା। ଏହି ସହରର ମଟବାରୀସ୍ଥିତ ଏକ ହୋଷ୍ଟେଲରେ ନନ୍ଦୀର ପ୍ରେମିକା ରହୁଥିଲା। ସୋମବାର ନନ୍ଦୀ ନିଜ ପ୍ରେମିକାକୁ ଫୋନ ଯୋଗେ ହୋଟେଲ ଡାକାଇଥିଲା।

ଉକ୍ତ ଯୁବତୀଙ୍କ କହିବା ଅନୁଯାୟୀ, ନନ୍ଦୀ ଯୁବତୀଙ୍କୁ ସମ୍ପୂର୍ଣ୍ଣ ଭାବେ ଆପଣେଇବାକୁ ବାରମ୍ବାର ଚାପ ପକାଇଲା। ଏହାକୁ ଯୁବତୀ ବିରୋଧ କରିବାରୁ ନନ୍ଦୀ କ୍ରୋଧୀତ ହୋଇ ଏକ କାଚ ଗ୍ଲାସ ଭାଙ୍ଗି ଯୁବତୀଙ୍କ ଉପରେ ଆକ୍ରମଣ କଲା। ପୋଲିସ କହିବା ମୁତାବକ, ଯେତେବେଳେ ଯୁବତୀ ନିଜକୁ ବଞ୍ଚାଇବା ଲାଗି ଚିତ୍କାର କଲେ ସେହି ସମୟରେ ଯୁବକ ଜଣକ ଝରକାରୁ ଢେଇଁ ପଡ଼ି ଆତ୍ମହତ୍ୟା କଲା। ମୃତକଙ୍କ ବୟସ ୨୦ ବର୍ଷ ହେବା ବୋଲି କୁହାଯାଉଛି। ସେପଟେ ଗୁରୁତର ଯୁବତୀଙ୍କର ଚିକିତ୍ସା ଜାରି ରହିଛି।

ପୋଲିସ ସୂଚନା ଅନୁସାରେ, ମୃତ ଛାତ୍ର ବେଙ୍ଗାଲୁରୁରେ ଡାକ୍ତରୀ ବିଜ୍ଞାନ ପଢୁଥିଲେ। ସେହି ସମୟରେ ପୁରୁଲିଆ ଜିଲ୍ଲାରେ ଛାତ୍ରୀ ମଧ୍ୟ ଏକ ବର୍ଷ ପାଇଁ ପାଠ ପଢିବାକୁ ଯାଇଥିଲେ। ସେଠାରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ହଜାରିବାଗ ପୋଲିସ ଅଧୀକ୍ଷକ ମନୋଜ ରତନ ଚୋଥେ କହିଛନ୍ତି ଯେ ଛାତ୍ରୀ ଜଣକ ନନ୍ଦୀ ସହ କ୍ରମାଗତ ଫୋନରେ କଥା ହୁଅନ୍ତି। ସେପଟେ ପୋଲିସ ଘଟଣା ସମ୍ପର୍କରେ ମୃତକଙ୍କ ସମ୍ପର୍କୀୟଙ୍କୁ ଅବଗତ କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି।

Leave A Reply

Your email address will not be published.