Latest Odisha News

BREAKING NEWS

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଅଡୁଆରେ କମେଡି କୁଇନ୍‌ ସୁଗନ୍ଧା ମିଶ୍ରା

ଫାଗୱାରା: ନିଜ ବାହାଘରରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ‘ଦି କପିଲ ଶର୍ମା ଶୋ’ର ହାସ୍ୟ ଅଭିନେତା ସୁଗନ୍ଧା ମିଶ୍ରାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ବୁଧବାର ରାତିରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରାଯାଇଛି। ବିବାହ ଉତ୍ସବରେ ବହୁ ଲୋକ ଏକତ୍ରିତ ହୋଇଥିବା ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

ଏପ୍ରିଲ୍‌ ୨୬ରେ ସୁଗନ୍ଧା ଏବଂ ସଙ୍କେତଙ୍କ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା।

ଧାରା ୧୮୮ ଅନୁଯାୟୀ ଏହି ମାମଲା ପଞ୍ଜିକୃତ ହୋଇଥିଲା।

ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ ତଦନ୍ତ ଚାଲିଛି ବୋଲି ଡିଏସପି କହିଛନ୍ତି।

 

Comments are closed.