Latest Odisha News

BREAKING NEWS

ଓଲିଉଡରେ ନୂଆ ଅଧ୍ୟାୟ, ମା’ ସମଲେଶ୍ୱରୀ

ଭୁବନେଶ୍ୱର: ଓଡିଆ ସିନେପ୍ରେମୀଙ୍କ ପାଇଁ ଖୁସୀ ଖବର । ଖାସ କରି ପଶ୍ଚିମ ଓଡିଶା ଲୋକଙ୍କୁ ଏକ ଅନନ୍ୟ ଭେଟି ଦେବାକୁ ଯାଉଛି ଅକ୍ଷୟ ପରିଜାଙ୍କ ପ୍ରଡକ୍ସନ୍ ହାଉସ୍ । ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଓଡିଆ ଧାର୍ମିକ ଫିଲ୍ମ “ମା’ ସମଲେଶ୍ୱରୀ” । ଫିଲ୍ମଟି ଡିଜିଟାଲ୍ ପ୍ଲାଟଫର୍ମ ରିଲିଜ୍ ହେବାର ଯୋଜନା ରହିଛି । ଯଦି କରୋନା ମହାମାରୀରେ ପରିସ୍ଥିତି ସାଥ୍ ଦିଏ, ତେବେ ସିନେମା ହଲରେ ମଧ୍ୟ ଏହି ଫଲ୍ମଟିକୁ ଦର୍ଶକ ଦେଖିବାକୁ ସୁଯୋଗ ପାଇବେ ।

ପୂର୍ବରୁ “ମା’ ଗୋଜବାୟାଣୀ” ଫିଲ୍ମ ନିର୍ମାଣ କରି ଚର୍ଚ୍ଚା ସାଉଣ୍ଟିଥିବା ବସନ୍ତ ସାହୁ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ପ୍ରଫେସର ଶଙ୍କର ପତି ଓ ଐତିହାସିକ ଦୀପକ ପଣ୍ଡାଙ୍କ ସହଯୋଗରେ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଦାୟିତ୍ୱ ତୁଲାଇଛନ୍ତି ଶଙ୍କର ତ୍ରିପାଠୀ ।

ଦୀର୍ଘଦିନର ଅନୁସନ୍ଧାନ ପରେ ଏହି ଫିଲ୍ମର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ହାଇ ବଜେଟ୍ ଫିଲ୍ମରେ ନିଶ୍ଚିତ ଭାବେ ପଶ୍ମିମ ଓଡିଶା ଇତାହାସର ସ୍ପଷ୍ଟ ଛବି ଦେଖିବାକୁ ମିଳିବ । ପ୍ରଯୋଜକ ଅକ୍ଷୟ ପରିଜା ନିଜ ଫିଲ୍ମ ଜରିଆରେ ଓଡିଆ ଦର୍ଶକଙ୍କୁ ସବୁବେଳେ କିଛି ନୂଆ ତଥା ଅନନ୍ୟ ଦେଖାଇବାକୁ ଚେଷ୍ଟା କରିଥାନ୍ତି । ତେବେ ଅନ୍ୟ କୌଣସି ସାଧାରଣ ଦିନ ନୁହେଁ ବରଂ ନୂଆଖାଇ ଅବସରରେ ଫିଲ୍ମଟିକୁ ରିଲିଜ କରିବାକୁ ଯୋଜନା କରିଛନ୍ତି ଅକ୍ଷୟ ପରିଜା । ତେବେ ପ୍ରାଥମିକ ପର୍ଯ୍ୟାୟରେ ଫିଲ୍ମର କାହାଣୀ ପ୍ରସ୍ତୁତ ହୋଇଥିଲାବେଳେ ଷ୍ଟାରକାଷ୍ଟ ଚୟନ ବାକି ରହିଛି ବୋଲି ଜଣାଇଛନ୍ତି କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ।

Leave A Reply

Your email address will not be published.