Latest Odisha News

BREAKING NEWS

ଘରୋଇ ସିଲିଣ୍ଡର ପରେ ଏବେ କମିଲା କମର୍ସିଆଲ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଘରୋଇ ଗ୍ୟାସ ସିଲିଣ୍ଡର ଦାମ ହ୍ରାସ ପରେ ଏବେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ପାଳି । ତଳମୁହାଁ ହୋଇଛି କମର୍ସିଆଲ ଗ୍ୟାସ ସିଲିଣ୍ଡର । ୧୯କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି । ଦର ହ୍ରାସ ପାଇବା ପରେ ୧୯ କିଲୋ ବାଣିଜ୍ୟିକ ସିଲିଣ୍ଡର ଦାମ ୧୫୨୨ ଟଙ୍କା ହୋଇଛି । ଏହା ପୂର୍ବରୁ ଦିଲ୍ଲୀରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦର ୧୬୮୦ ଟଙ୍କା ଥିଲା ।  ପରିବର୍ତ୍ତିତ ଦର ଆଜିଠାରୁ ଲାଗୁ ହେବ ।

ସେହିପରି କୋଲକାତାରେ ନୂଆ ଦର ଲାଗୁ ହେବା ପରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ  ୧୬୩୬ ଟଙ୍କା, ମୁମ୍ବାଇରେ ୧୪୮୨ ଟଙ୍କା ହୋଇଛି ।

ପ୍ରତିମାସରେ ୧ ଏବଂ ୧୬ ତାରିଖରେ ତେଲ କମ୍ପାନୀ ରୋଷଇ ଗ୍ୟାସ ସିଲିଣ୍ଡରର ଦର ପରିବର୍ତ୍ତନ କରିଥାନ୍ତି । ଅଗଷ୍ଟରେ ତୈଳ କମ୍ପାନୀ ବାଣିଗଜ୍ୟିକ ସିଲିଣ୍ଡର ଦାମ ୯୯.୭୫ ପଇସା ହ୍ରାସ କରିଥିଲେ । ସେହିପରି ଜୁଲାଇରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ ୭ ଟଙ୍କା ବୃଦ୍ଧି ଘଟିଥିଲା ।

ଯାହା ବି ହେଉ, କମର୍ସିଆଲ ଗ୍ୟାସ ଦର ହ୍ରାସ ପାଇବା  ଜଳିଖିଆ ଦୋକାନୀ ଏବଂ ହୋଟେଲ ମାଲିକଙ୍କୁ ସୁହାଇଛି ।

ରକ୍ଷାବନ୍ଧନ ପୂର୍ବରୁ ସରକାର ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୨ ଶହ ଟଙ୍କା ହ୍ରାସ କରିଥିଲେ । ଫଳରେ ୨୦୦ ଟଙ୍କାର ସବସିଡି ପାଉଥିବା ଉଜ୍ଜ୍ୱଳା ହିତାଧିକାରୀ ଏଣିକି ୪୦୦ ଟଙ୍କାର ସବସିଡି ପାଇବେ ।

Comments are closed.