Latest Odisha News

ଗ୍ରାହକଙ୍କୁ ଝଟକା: ପୁଣି ବଢ଼ିଲା ଏଲପିଜି ଗ୍ୟାସ୍‌ ଦର

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଝଟକା। ମାସ ଆରମ୍ଭରୁ ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର। ୧୯ କେଜି ସିଲିଣ୍ଡର ଦର ୪୮ ଟଙ୍କା ୫୦ ପଇସା ବଢ଼ିଲା। ଆଜି ଠାରୁ ଦେଶରେ ବର୍ଦ୍ଧିତ ଦର ଲାଗୁ ହୋଇଛି। ତେବେ ତୈଳ କମ୍ପାନୀଗୁଡିକ ୧୪କେଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। IOCL ୱେବସାଇଟରେ ନୂଆ ଦର ନେଇ ସୂଚନା ରହିଛି।

ଆଜିଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ମୂଲ୍ୟ ୧୬୯୧.୫୦ଟଙ୍କାରୁ ବଢି ୧୭୪୦ ଟଙ୍କାରେ ପହଞ୍ଚିଛି। ସେପ୍ଟେମ୍ବର ମାସରେ ମୁମ୍ବାଇରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୦୫ଟଙ୍କାରୁ ୧୬୪୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ତେବେ ଦର ବୃଦ୍ଧି ପରେ ଏହା ୧୬୯୨.୫୦ ଟଙ୍କାରେ ପହଞ୍ଚିଛି।

ସେହିପରି କୋଲକାତାରେ ୧୮୦୨.୫୦ ଟଙ୍କାରେ ମିଳୁଥିବା ଗ୍ୟାସ ବର୍ତ୍ତମାନ ୧୮୫୦.୫୦ ଟଙ୍କା ହୋଇଛି। ଚେନ୍ନାଇରେ ୧୮୫୫ ଟଙ୍କାରେ ମିଳୁଥିବା ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୯୦୩ ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ ଜୁଲାଇ ମାସରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଛି।

Leave A Reply

Your email address will not be published.