ଭୁବନେଶ୍ୱର:କ୍ରମାଗତ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପରେ ଆଜି ଉପଭୋକ୍ତାଙ୍କୁ ମିଳିଛି ଆଶ୍ୱସ୍ତିର ଖବର । ୨୦୨୪ ଆର୍ଥିକ ବର୍ଷର ପ୍ରଥମ ଦିନରେ କମିଛି ଏଲପିଜି ଗ୍ୟାସ ଦର । ଆଜିଠାରୁ କମିବ କମର୍ସିଆଲ ଗ୍ୟାସ ଦର । ବ୍ୟାବସାୟିକ ସିଲିଣ୍ଡରର ଦର ୯୧.୫୦ ଟଙ୍କା ହ୍ରାସ ପାଇଛି । ହେଲେ ଘରୋଇ ଏଲପିଜି ଗ୍ୟାସ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ୧୯ କେଜି ଗ୍ୟାସ ସିଲିଣ୍ଡରର ୯୧.୫୦ ପଇସା କମିଛି । ଗତ ମାର୍ଚ୍ଚ ୧ ତାରିଖରେ ୧୪.୨ କିଲୋ ଘରୋଇ ଏଲପିଜି ଗ୍ୟାସର ଦାମ ୫୦ ଟଙ୍କା ବଢିଥିବାବେଳେ ୧୯ କିଲେ ବ୍ୟାବସାୟିକ ସିଲିଣ୍ଡରର ଦାମ ୩୫୦ ଟଙ୍କା ୫୦ ପଇସା ବଢିଥିଲା । ଦରବୃଦ୍ଧି ପରେ ଦିଲ୍ଲରେ ୧୯ କିଲୋ କମର୍ସିଆଲ ସିଲିଣ୍ଡର ଦର ୨,୧୧୯ ଟଙ୍କା ୫୦ ପଇସା ଥିବାବେଳେ ଘରୋଇ LPG ସିଲିଣ୍ଡର ଦର ୧,୧୦୩ ଟଙ୍କା ରହିଛି ।
ଘରୋଇ ଏଲପିଜି ଦରରେ କୌଣସି ପରିବର୍ତ୍ତନ ଆସି ନ ଥିବା ଜଣାଯାଇଛି । ଅନ୍ୟପକ୍ଷେ ବ୍ୟାବସିୟିକ ଏଲପିଜି ଦର ସରକାର ୩୫୦ ବଢାଇ ମାତ୍ର ୫୦ ଟଙ୍କା ବଢାଇବାକୁ ଉପଭୋକ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି ।
Comments are closed.