Latest Odisha News

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ରାଜ୍ୟସଭା ସାଂସଦ ସଞ୍ଜୟ ରଉତଙ୍କୁ ହତ୍ୟା ଧମକ

ମୁମ୍ବାଇ: ଶିବସେନା ଉଦ୍ଧବ ବାଲାସାହେବ ଠାକରେ(ୟୁବିଟି) ନେତା ରାଜ୍ୟସଭା ସାଂସଦ ସଞ୍ଜୟ ରଉତଙ୍କୁ ହତ୍ୟା ଧମକ। ତାଙ୍କୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଛି। ଯେଉଁଥିରେ ଲେଖାଯାଇଛି- ତୋର ବି ମୁସେୱାଲା ଭଳି ଅବସ୍ଥା କରିଦେବି। ଅଭିଯୋଗ ଅନୁସାରେ ସଞ୍ଜୟଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଇଥିବା କୁହାଯାଉଛି।

ଧମକପୂର୍ଣ୍ଣ ମେସେଜ୍‌ରେ ଆହୁରି ମଧ୍ୟ କୁହାଯାଇଛି- “ ତୁ ଦିଲ୍ଲୀରେ ଦେଖା ହେଲେ ତୋତେ ଏକେ ୪୭ରେ ଉଡ଼େଇ ଦେବି। ମୁସେୱାଲା ହେଇଯିବୁ। ସଲମାନ ଓ ତୁ ଫିକ୍ସ। ” ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ଏହି ଧମକ ଦିଆଯାଇଛି। ପ୍ରାଥମିକ ସୂଚନାରୁ ମିଳିଥିବା ତଥ୍ୟ ଅନୁସାରେ ମେସେଜ୍ ଦେଇଥିବା ବ୍ୟକ୍ତି ପୁଣେର ବୋଲି ଜଣାପଡ଼ିଛି। ମେସେଜ୍‌ରେ ଲେଖା ହେଇଛି ମାରିଦେବି, ହିନ୍ଦୁ ବିରୋଧୀ, ଦିଲ୍ଲୀରେ ଦେଖା ହ। ସିଦ୍ଧୁ ମୁସେୱାଲା ଭଳି ଏକେ-୪୭ରେ ଉଡ଼ାଇ ଦେବି।

ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସଞ୍ଜୟ ରଉତ। ସେ କହିଛନ୍ତି ଏଭଳି ଘଟଣା ପ୍ରଥମ ଥର ନୁହେଁ। ଏହି ସରକାର ଆସିବା ପରେ ମୋ ସୁରକ୍ଷା ହଟାଇ ଦିଆଗଲା। କିନ୍ତୁ ଏ ବିଷୟରେ କାହାକୁ କୌଣସି ଚିଠି ଲେଖି ନାହିଁ। ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ମୋ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ସତ କଣ ମୋତେ ଜଣାଅଛି। କାଲି ବି ମୋତେ ଧମକ ମିଳିଛି। ମୁଁ ଏହାର ସୂଚନା ପୁଲିସକୁ ଦେଇଛି। ଗୃହମନ୍ତ୍ରୀ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋତେ ଜଣାନ୍ତୁ ବୋଲି ସଞ୍ଜୟ କହିଛନ୍ତି।

Leave A Reply

Your email address will not be published.