Latest Odisha News

BREAKING NEWS

ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି, କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ : ଶସ୍ତା ହେଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ୧୭୧ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ଆଜିଠୁ ଏହି ନୂଆ ଦର ଲାଗୁ ହେବ । ଦର ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦର ୧୮୫୬ ଟଙ୍କା ୫୦ ପଇସା ହୋଇଛି । ସେହିପରି କୋଲକାତାରେ କମର୍ସିଆଲ ଏଲ୍ପିଜି ସିଲିଣ୍ଡରର ନୂଆ ମୂଲ୍ୟ ୧୯୬୦ ଟଙ୍କା ୫୦ ପଇସା ରହିଥିବା ବେଳେ ମୁମ୍ବାଇରେ ୧୮୦୮.୫୦ ଟଙ୍କା, ଚେନ୍ନାଇରେ  ୨୦୨୧.୫୦ ଟଙ୍କା ମୂଲ୍ୟ ରହିଛି ।

ହେଲେ ଘରୋଇ ଗ୍ୟାସ୍ ସିଲିଣ୍ଡରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ପୂର୍ବରୁ ଏପ୍ରିଲ ପହିଲାରେ ମଧ୍ୟ କମର୍ସିଆଲ ଗ୍ୟାସ୍ ଦର ୯୧ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା । ଦୁଇ ମାସରେ କମର୍ସିଆଲ ଗ୍ୟାସ୍ ଦର ୨୬୩ ଟଙ୍କା ହ୍ରାସ ପାଇଛି । ପ୍ରତ୍ୟେକ ମାସର ପହିଲାରେ ପେଟ୍ରୋଲିୟମ୍ କମ୍ପାନୀ ଗ୍ୟାସ ନୂଆ ଦର ନିର୍ଦ୍ଧାରଣ କରିଥାନ୍ତି ।

Leave A Reply

Your email address will not be published.