Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସର୍ଭେ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସର୍ଭେ । ଆସନ୍ତା ୨୭ ତାରିଖ ଯାଏ ଚାଲିବ ଏହି ସର୍ଭେ । ପ୍ରତି ଗାଁରେ ଉଭୟ ଅଫଲାଇନ୍‌ ଓ ଅନଲାଇନରେ ଓବିସିଙ୍କ ସର୍ଭେ କରାଯିବ । ୨୭ ଦିନ ଧରି ଚାଲିବାକୁ ଥିବା ଏହି ସର୍ଭେରେ ଆଜିଠାରୁ ୨୦ ତାରିଖ ଯାଏ ସବୁ ଅଞ୍ଚଳରେ ସର୍ଭେ କରାଯିବ । ଏହାପରେ ମେ ୨୧ରୁ ୨୭ ଯାଏ ସ୍ୱତନ୍ତ୍ର ଡ୍ରାଇଭ କରାଯିବ ।

ତେବେ ଜଣେ ବ୍ୟକ୍ତି ନାମ ପଞ୍ଜିକରଣ କରିବାକୁ ଚାହୁଁଥିଲେ ସେ ଓବିସି କମିଶନଙ୍କ ଓ୍ୱେବସାଇଟକୁ ଯାଇ ଅନଲାଇନରେ ନାଁ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ ପାଇଁ ଆଧାର କାର୍ଡ, ଭୋଟର ପରିଚୟପତ୍ର, ପାନ କାର୍ଡ କିମ୍ବା ପାସପୋର୍ଟକୁ ପ୍ରମାଣପତ୍ର ଭାବରେ ଦେଖାଇ ପାରିବେ। ଏଥିସହ ପରିବାର ସଦସ୍ୟ କିମ୍ବା ଯେକୌଣସି ସଦସ୍ୟ ସର୍ଭେ କେନ୍ଦ୍ରକୁ ଯାଇ ପରିବାରର ସମସ୍ତ ତଥ୍ୟ ଦେଇ ପଞ୍ଜିକରଣ କରିପାରିବେ। ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏ ସର୍ଭେ ଚାଲିବ ।

ଅଫଲାଇନ୍‌ ସର୍ଭେ ପାଇଁ ଏନୁମରେଟର ସେଣ୍ଟରରେ ବ୍ୟବସ୍ଥା କରାଯାଇଛି । ଏଠାରେ ଅଙ୍ଗନବାଡି କର୍ମୀ ବା ସ୍ଥାନୀୟ ଶିକ୍ଷକଙ୍କୁ ଏନୁମରେଟର ଭାବେ ନିଯୁକ୍ତି କରାଯିବ । ଏହି କାମ ଶୃଙ୍ଖଳାର ସହ ଚାଲିବା ପାଇଁ ବ୍ଲକ ଓ ପୌରାଞ୍ଚଳସ୍ତରରେ ମାଷ୍ଟର ଟ୍ରେନର, ଏନୁମରେଟର ଓ ସୁପରଭାଇଜରଙ୍କୁ ଟ୍ରେନିଂ ଦିଆଯାଇଛି ।

 

Leave A Reply

Your email address will not be published.