ଭୁବନେଶ୍ୱର: କମିଶନରେଟ ପୋଲିସକୁ ପୁରିଛି ୧୨ ବର୍ଷ । ଏହି ଅବସରରେ କମିଶନରେଟ ପୋଲିସ ମୁଖ୍ୟାଳୟ ନାମକୁ ବଦଳାଯାଇ ‘ପୋଲିସ ସେବା ଭବନ’ ନାମରେ ନାମିତ କରାଯିବା ନେଇ ଘୋଷଣା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ।
ଏହି ଅବସରରେ ୩୦୦ ମହିଳାଙ୍କୁ ନେଇ ଡିଜିପି ଅଭୟ ଏସପିଓ ୟୁନିଟର ଶୁଭାରମ୍ଭ କରିଛନ୍ତି।
“ମୋ ସରକାର ଯୋଜନାରେ ଭଲ ଫିଡବ୍ୟାକ୍ ମିଳୁଛି। ପୋଲିସ କଠିନ ପରିଶ୍ରମ କରୁଛି, ଜନସାଧାରଣଙ୍କୁ ସେବା ଯୋଗାଉଛି। ମଜବୁତ୍ ସୁରକ୍ଷା ପାଇଁ ଟ୍ଵିନସିଟିରେ ୟୁନିଫାଏଡ୍ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ହେବ ବୋଲି ଏହି ଅବସରରେ ୭ମ ବାଟାଲିୟନ୍ ପରିସରରେ ଆୟୋଜିତ ସମାରୋହରେ ଯୋଗଦେଇ ଡିଜିପି ଅଭୟ ପ୍ରକାଶ କରିଛନ୍ତି।
Comments are closed.