Latest Odisha News

ହରିୟାଣାର କୁଖ୍ୟାତ ଠକଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ; ସରକାରଙ୍କ ବଡ଼ ପୋଷ୍ଟରେ ନିଯୁକ୍ତି ଦେବା…

ଭୁବନେଶ୍ବର:ଜାତୀୟ ସାମାଜିକ ନ୍ୟାୟ ମହିଳା ସଶକ୍ତିକରଣ ଆୟୋଗର ଅଧ୍ୟକ୍ଷା ବୋଲି କହି ଲୋକଙ୍କୁ ଠକୁଥିବା ଦୁଇ ଜଣ ଆନ୍ତଃରାଜ୍ୟ ଠକଙ୍କୁ  କମିଶନରେଟ୍ ପୋଲିସ ଗିରଫ କରିଛି। ଭୁବନେଶ୍ୱର ମୈତ୍ରୀବିହାର ଅଞ୍ଚଳରୁ ଦୁଇ ଠକଙ୍କ ଗିରଫ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

ଗିରଫ ଦୁଇ ଠକ ହେଲେ ହରିୟାଣାର ଚୌଧୁରୀ ରିଙ୍କୁ ସୈନି ଆଉ ମନିନ୍ଦର ସିଂ ।

ଡିସିପିଙ୍କ ସୂଚନାନୁସାରେ, ଗତ ୩ ତାରିଖରେ ଏମାନେ ଫ୍ଲାଇଟ୍‌ରେ ଭୁବନେଶ୍ୱର ଆସିଥିଲେ । ଏକ ତାରକା ହୋଟେଲରେ ରହିଥିଲେ । ସେଠାରେ ରହି ଠକେଇ କରିବାକୁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲେ । କମିଶନରେଟ୍ ପୋଲିସକୁ ନିଜ ସୁରକ୍ଷା ବାବଦକୁ ଏସ୍କର୍ଟ ପାଇଁ ଗୋଟିଏ ଫେକ୍ ପ୍ରୋଗ୍ରାମ ଲେଟର ଦେଇଥିଲେ । ଫେକ୍ ଲେଟରରେ ନିଜକୁ ଅଧ୍ୟକ୍ଷ ପରିଚୟ ଦେଇଥିଲେ । ଲେଟର ଦେଖି ପୋଲିସକୁ ସନ୍ଦେହ ହୋଇଥିଲା । ଦୁଇ ଠକଙ୍କ ଗତିବିଧି ଉପରେ ନଜର ରଖିବାକୁ ଜଣେ ପୋଲିସ କର୍ମୀଙ୍କୁ ନିୟୋଜିତ କରିଥିଲା କମିଶନରେଟ୍ ପୋଲିସ ।

ବିଭିନ୍ନ ପ୍ରକାରର ପ୍ରୋଜେକ୍ଟ ଏବଂ କାମ କରାଇ ଦେବା ନାଁରେ ଓଡିଶାର ବିଭିନ୍ନ ସ୍ଥାନ ବୁଲି ବୁଲି ଲୁଟି ଚାଲିଥିଲେ। ହରିୟାଣା ପୋଲିସ ସହିତ ଯୋଗାଯୋଗ ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ରବିବାର ସେମାନଙ୍କୁ ଗିରଫ କରାଯାଇଥିଲା।

ସେମାନଙ୍କ ଠକେଇର ଶିକାର ହୋଇଥିବେ ସେମାନଙ୍କୁ ପୋଲିସ ଷ୍ଟେସନରେ ଅଭିଯୋଗ କରିବାକୁ ପୁଲିସ କମିଶନର ନିବେଦନ କରିଛନ୍ତି।

Comments are closed.