Latest Odisha News

BREAKING NEWS

କମିଶନରେଟ ପଞ୍ଝାରେ ଆନ୍ତଃ ଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ୍

କଟକ : କମିଶନରେଟ ପଞ୍ଝାରେ ଆନ୍ତଃ ଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ୍ । ଗ୍ୟାଙ୍ଗର ୪ ଜଣ ସଦସ୍ୟ ଏବଂ ୫ ଜଣ ରିସିଭରଙ୍କୁ ମିଶାଇ ମୋଟ୍ ୯ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କଟକ ମାଲଗୋଦୋମ ଥାନା ପୋଲିସ । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ମାଲଗୋଦାମ ଥାନା ପୋଲିସ ଏମାନଙ୍କୁ ଗିରଫ କରିବା ସହିତ ଏହି ଗ୍ୟାଙ୍ଗ ଠାରୁ ୩୨ଟି ବାଇକ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ।

BjdElectrycity

ବିଶେଷ କରି ଏହି ଗ୍ୟାଙ୍ଗ୍ ମେଡିକାଲ, ଶିକ୍ଷାନୁଷ୍ଠାନ ମାନଙ୍କରେ ଗାଡି ଗୁଡିକୁ ଚୋରି କରିଥାନ୍ତି । ଆଉ ଡୁପ୍ଲିକେଟ୍ ଚାବି ତିଆରି କରି ଆଖି ପିଛୁଳାକେ ଗାଡିକୁ ଲୁଟି ନେଇଥାନ୍ତି । ଲୁଟ୍ କରିବା ପରେ ବିଭିନ୍ନ ସ୍ଥାନରେ ଥିବା ରିସିଭରଙ୍କୁ ୫ ହଜାର, ୬ ହଜାର ଟଙ୍କାରେ ବିକ୍ରି କରି ନମ୍ବର ପ୍ଲେଟ୍ ମଧ୍ୟ ବଦଳାଇ ଦିଅନ୍ତି । ମାଲଗୋଦାମ ଥାନାର ଏକ ଗାଡି ଚୋରିର ତଦନ୍ତ ଜାରି ରଖିଥିବା ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ସବୁ ଚୋରା ଗାଡିର ଗୁମର ଫିଟିଛି । ଏହି ଗ୍ୟାଙ୍ଗ କଟକ ସମେତ ରାଜ୍ୟର ଖୋର୍ଦ୍ଧା, ଗଂଜାମ, କେନ୍ଦ୍ରାପଡା, ଅନୁଗୁଳ ଆଦିରେ ସକ୍ରିୟ ଥିବା ପୋଲିସ୍ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.