Latest Odisha News

BREAKING NEWS

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଗକୁ ତୃତୀୟ ଲହର ଆସୁଥିବାରୁ ୩ ହଜାର ବେଡ୍ ପ୍ରସ୍ତୁତ ରହିଛି । ସେହିପରି ୪ ହଜାର ୫୦୦ ଡାକ୍ତର ଓ ନର୍ସଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଏସିଏସ୍ କହିଛନ୍ତି ଯେ, ଶିଶୁଙ୍କ ପାଇଁ ଟିକା ଏପର୍ଯ୍ୟନ୍ତ ଆସିନାହିଁ । କେନ୍ଦ୍ର ସରକାର ଅନୁମତି ଦେବା ପରେ ରାଜ୍ୟରେ ଶିଶୁଙ୍କ ଟିକାକରଣ ଆରମ୍ଭ ହେବ । ସେହିପରି ପ୍ରତି ଜିଲ୍ଲାରେ ଯେତେ ଅଧିକ ଲୋକ ଟିକା ନେଇପାରିବେ, ସେଥିପାଇଁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଟିକା ମିଳିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏହାସହ ଲୋକଙ୍କ ଶରୀରରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି, ସେଥିପାଇଁ ଆରମ୍ଭ ହୋଇଛି ସେରୋ ସର୍ଭେ ।

Leave A Reply

Your email address will not be published.