Latest Odisha News

BREAKING NEWS

ନିଶା ବେପାରୀ ଚକ୍ରଧର ସାହୁ ଘର ଭାଙ୍ଗିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ନିଶା ବେପାରୀ ଚକ୍ରଧର ସାହୁର ଘର ଭାଙ୍ଗିଲା କମିଶନରେଟ ପୋଲିସ । ବୁଧବାର କମିଶନରେଟ ପୋଲିସର ଏକ ସ୍ପେଶାଲ ଟିମ୍ ଇନ୍ଫୋସିଟି ଥାନା ଅଞ୍ଚଳରେ ଚକ୍ରଧରର ଘର ଭାଙ୍ଗିଛନ୍ତି । ଚକ୍ରଧର ସଂପୃକ୍ତ ଘରେ ଦୀର୍ଘ ଦିନ ଧରି ଗଞ୍ଜେଇ, ବ୍ରାଉନସୁଗାର ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବେପାର କରି ଆସୁଥିଲା ।

ବୁଧବାର କମିଶନରେଟ ପୋଲିସ ଏଭଳି ଦୃଢ଼ ପଦକ୍ଷେପ ନେଇ ଚକରାର ଘର ଭାଙ୍ଗି ଏକ ରକମ ନିଶା ବିରୋଧୀ ଅଭିଯାନକୁ ବଳ ଯୋଗାଇଛି ।

ସେପଟେ ଏହି ପଦକ୍ଷେପ ବିଷୟରେ କମିଶନରେଟ ପୋଲିସ କହିଛି ଯେ, ଭୁବନେଶ୍ୱର ସହରାଞ୍ଚଳରେ ଅପରାଧକୁ ଦମନ କରିବା ନିମନ୍ତେ ଅତୀତରେ କମିଶନରେଟ୍ ପୁଲିସ ପକ୍ଷରୁ ଅନେକ ବିକଳ୍ପ ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ।

ଭୁବନେଶ୍ୱରରେ ରହୁଥିବା ଅପରାଧୀ ମାନେ ଅପରାଧ ଘଟାଇବା ପୂର୍ବରୁ ଯୋଜନା ପ୍ରସ୍ତୁତ ପାଇଁ ସହରରେ ଥିବା କେତେକ ଭଙ୍ଗା ଘର, ବନ୍ଦ ପଡିଥିବା ଦୋକାନ ଘର, ବା ଏକାନ୍ତ ସ୍ଥାନକୁ ବ୍ୟବହାର କରନ୍ତି। ସେଠାରେ ଚୋରି, ଡକାୟତି ଓ ମର୍ଡର ଆଦିର ପ୍ରସ୍ତୁତ ହୁଏ ।

ଲୁଟ ଜିନିଷ ଭଗବଣ୍ଟା ସହ ସେଠାରେ ନିୟମିତ ଭାବେ ଗଞ୍ଜେଇ ଓ ମଦ୍ୟପାନ ହୋଇଥାଏ । ସାଧାରଣ ଲୋକ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏହି ସବୁ ସମସ୍ୟାରେ ପୂର୍ଣ୍ଣଛେଦ ପକାଇବା ପାଇଁ କମିଶନରେଟ ପୁଲିସ ଏଭଳି କଡ଼ା ପଦକ୍ଷେପ ନେଉଛି ବୋଲି କୁହାଯାଇଛି ।

କମିଶନରେଟ ପୋଲିସ ତରଫରୁ ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରଖିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି ।

Leave A Reply

Your email address will not be published.