Latest Odisha News

BREAKING NEWS

ବନ୍ୟା ପାଇଁ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧି ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ-୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି ।  ଏହି ମର୍ମରେ ଉଚ୍ଚଶିକ୍ଷା ମନ୍ତ୍ରୀ  ରୋହିତ ପୂଜାରୀଙ୍କ ଅନୁମୋଦନ କ୍ରମେ ଯୁକ୍ତ-୩ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।

ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ଅନ୍‌ଲାଇନ୍‌ ସିଏଏଫ୍‌ ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପେଫମ୍ବର ୧ ତାରିଖ ନିର୍ଦ୍ଧାରିତ କରାଯାଇଛି ।

ଯୁକ୍ତ-୩ ପ୍ରଥମ ପର୍ଯ୍ୟାୟ ନାମଲେଖା ସେପେଫମ୍ବର ୨ରୁ ୫ ତାରିଖ ମଧ୍ୟରେ ହେବାକୁ ଥିବାବେଳେ ଏବେ ଏହାକୁ ସେପେଫମ୍ବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପେଫମ୍ବର ୧୨ରୁ ୧୪ ତାରିଖ ସ୍ଥିର କରାଯାଇଥିବାବେଳେ ଏହାକୁ ସେପେଫମ୍ବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ପୂର୍ବ ସୂଚୀ ଅନୁଯାୟୀ ତତ୍‌କାଳ ନାମଲେଖା(ସ୍ପଟ୍‌ ସିଲେକ୍ସନ୍‌)ର ଅବଧି ସେପେଫମ୍ବର ୧୯ ତାରିଖରୁ ଆରମ୍ଭ ହେବାର ଥିଲା । ଏବେ ତାହାକୁ ସେପେଫମ୍ବର ୨୧ ତାରିଖରୁ ଆରମ୍ଭ କରିବାକୁ ସ୍ଥିର କରାଯାଇଛି ।

Leave A Reply

Your email address will not be published.