Latest Odisha News

BREAKING NEWS

ହୋଲିରେ ମଦ ମନା: ସାରା ସହରକୁ ଜଗିବ କମିଶନରେଟ ପୋଲିସ

ଭୁବନେଶ୍ୱର: ରାତି ପାଇଲେ ହୋଲି । ଚାଲିଛି ଅନେକ ପ୍ରସ୍ତୁତି । ଏସବୁ ଭିତରେ କମିଶନରେଟ ପୋଲିସ ଜାରି କରିଛି  ହୋଲି ଗାଇଡଲାଇନ ।  ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରିବା ପାଇଁ ଯଦି ଯୋଜନା ରଖିଛନ୍ତି ତେବେ ସାବଧାନ । କାରଣ ସବୁଆଡେ ଘୁରି ବୁଲିବ ପୋଲିସ । ମଦୁଆଙ୍କ ଉପରେ ରଖିବ କଡା ନଜର । ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି କିଛି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।

ଡିସିପି କହିଛନ୍ତି, ଆସନ୍ତାକାଲି ସକାଳ ୭ରୁ ହୋଲି ଖେଳ ଆରମ୍ଭ ହେବ । ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ହୋଲି ପାଇଁ ଲୋକେ ବେଶ ଉତ୍ସାହିତ ଅଛନ୍ତି । ଏହି ସମୟରେ ବେଶି ଅଘଟଣ,ସାମ୍ପ୍ରଦାୟିକ ଉତ୍ତେଜନା, ଅପରାଧମୂଳକ ଘଟଣା ମଧ୍ୟ ଘଟିଥାଏ । ବିଶେଷ କରି ନଦୀରେ ଗାଧୋଇବାବେଳେ ଅଘଟଣ ଘଟିଥାଏ । ଏ ସବୁ ଉପରେ ନଜର ରଖିବ କମିଶନରେଟ ପୋଲିସ ।  ସାରା ସହର  ପୋଲିସ ସ୍କାନରରେ ରହିବ । ଘୁରି ବୁଲିବେ ସ୍ପେଶାଲ ସ୍କ୍ୱାର୍ଡ ଓ ୬୦ଟି ଟିମ  । ୩୧ ଟି ସ୍ଥାନରେ ପିକେଟିଙ୍ଗ କରିବ ପୋଲିସ ।ଏଥିପାଇଁ ୧୭ ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ଵର ୩୧ଟି ସ୍ଥାନରେ ରାତ୍ର କାଳୀନ ବ୍ଲକିଂ ଏବଂ ଚେକିଂ କରାଯିବାର ବ୍ୟବସ୍ଥା ରହିଛି । ସେହି ପରି ଭୁବନେଶ୍ଵର ସହରର ମୁଖ୍ୟ ୪ଟି ସ୍ଥାନରେ ଯଥା ଏଜି ଛକ, ବାଣୀବିହାର ଛକ, ଡମଣା ଛକ ଏବଂ ଖଣ୍ଡଗିରି ଛକରେ ଷ୍ଟ୍ରାଇକିଂ ଫୋର୍ସ ମୃତୟନ କରାଯିବାର ବ୍ୟବସ୍ଥା କରାଯାଇଛି ।

ହୋଲି ପାଇଁ ନଦୀ ପଠା ଗୁଡିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ନଦୀରେ ଗାଧୋଇବା ବେଳେ ଅଘଟଣକୁ ଏଡାଇବା ପାଇଁ ସବୁ ନଦି ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ମୁତୟନ ହେବେ । ଓଡ୍ରାଫ ଟିମକୁ ମଧ୍ୟ ସଜାଗ ରଖାଯାଇଛି । ମୋବାଇଲ୍ ପାଟ୍ରୋଲିଂ ଟିମ ଗୁଡିକୁ ଭୁବନେଶ୍ବର ସହରରେ ଶାନ୍ତି ଉଲ୍ଲଂଘନ, ସାମାଜିକ ବିରୋଧୀ କାର୍ଯ୍ୟକଳାପରୁ ରକ୍ଷା କରିବା ଏବଂ ଯାନବାହାନ ଚଳାଚଳ ସୁନିଶ୍ଚିତ କରାଇବାରେ କୌଣସି ଅଘଟଣକୁ ରୋକିବା ପାଇଁ ସେମାନେ ଜନସାଧାରଣଙ୍କୁ ଅତି ଭଦ୍ର ଭାବରେ ଏବଂ ପରିସ୍ଥିତିକୁ ଦୃଢତାର ସହିତ ମୁକାବିଲା କରିବା ପାଇଁ ସେମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ଭାବରେ ପୁରୀ କେନାଲ, କୁଆଖଇ ନଦୀ, ଦୟା ନଦୀ କେଦାର ଗୌରି ପୋଖରୀ ଏବଂ ବିନ୍ଦୁ ସାଗର ପୋଖରୀ ଆଦି ସ୍ନାନ ସ୍ଥଳ ଗୁଡିକରେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଘଟଣକୁ ରୋକିବା ପାଇଁ ବ୍ୟାପକ ପୁଲିସ ବନ୍ଦୋବସ୍ଥ କରାଯାଇଛି ।

ଏହି ପରିପ୍ରେକ୍ଷିରେ ବିଭିନ୍ନ ଜନ ଗହଳି ସ୍ଥାନ, ଛକ ଏବଂ ପାର୍କ ଆଦି ସ୍ଥାନ ଗୁଡିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୁଲିସ ବନ୍ଦୋବସ୍ଥ ମଧ୍ୟ କରାଯାଇଛି । ୪ଟି ସ୍ଥାନ ରେ ଷ୍ଟାଈକିଙ୍ଗ ଫୋର୍ସ ମୁତୟନ ହେବେ । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ କିଛି ଫୋର୍ସ ରହିବେ । ଯେଉଁମାନେ ଦୁର୍ଘଟଣା ଘଟି ମେଡିକାଲ ଆସିବେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ସହଯୋଗ କରିବେ । ଏସବୁ ବ୍ୟବସ୍ଥାର ତଦାରଖ କରିବା ପାଇଁ  ୪ ଜଣ ଏଡିସିପିଙ୍କୁ ଦାୟିତ୍ୱ ଦିଆଯାଇଛି । ଏମାନଙ୍କୁ ସାହାଯ୍ୟ ପାଇଁ ୭ଏସିପି, ୨୮ ଆଇଆଇସି, ୫୭ଜଣ ଏସଆଇ, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।  ବିଭିନ୍ନ ସ୍ଥାନରେ Special team ଚେକ କରିବେ । ଏ ସମସ୍ତ କାମ ଡିସିପି ଶ୍ରୀ ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କରାଯିବ ।

 

 

 

 

Leave A Reply

Your email address will not be published.