Latest Odisha News

BREAKING NEWS

ଦେଶଫାଲ ଲୋକକଳା ମହୋତ୍ସବରେ ଦୁଲୁକୁଛି ମଞ୍ଚ

ସୁବର୍ଣ୍ଣପୁର : ମଞ୍ଚ ଉପରେ ଭଳିକି ଭଳି ଲୋକ ନୃତ୍ୟର ମାହୋଲ । ମନ ଭରି ଉପଭୋଗ କରୁଛନ୍ତି ଦର୍ଶକ । ତିନି ଦିନ ଧରି ହେବାକୁ ଥିବା ଦେଶଫାଲ ଲୋକକଳା ମହୋତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରର କଳାକାରମାନେ ଯୋଗ ଦେଇ ନିଜ ନିଜର ଲୋକନୃତ୍ୟ ପ୍ରଦର୍ଶନ କରିଥାନ୍ତି । ଏହା କେବଳ ମନୋରଞ୍ଜନ ନୁହେଁ ଏହା ମାଧ୍ୟମରେ କଳା ଓ ସଂସ୍କୃତିର ଆଦାନ ପ୍ରଦାନ ହୋଇଥାଏ ବୋଲି କହିଛନ୍ତି କଳାକାର ମାନେ ।

ଦୀର୍ଘ ୪ ବର୍ଷ ଧରି ମହାନଦୀର କୁଳରେ ଥିବା ଧର୍ମଶାଳାଠାରେ ଅଞ୍ଚଳବାସୀଙ୍କୁ ନେଇ ଆୟୋଜିତ ହେଉଛି ଦେଶଫାଲ ଲୋକକଳା ମହୋତ୍ସବ । ପ୍ରତ୍ୟେକ ସଂଧ୍ୟାରେ ନାଚ ଗୀତର ମାହୋଲ ବେଶ ଜମୁଛି । ଫୁଲବାଣୀର ନଟରାଜ କଳାପରିଷଦ ଦ୍ବାରା ଓଡିଶୀ ନୃତ୍ୟ, ବୌଦ୍ଧର ବଉଳି କଳାପରିଷଦ ଦ୍ବାରା ପଞ୍ଚରସି, ବିନିକାର ରୁମକୁ ଝୁମାନା ଦ୍ବାର ରସରକେଲି, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ଭିଭାଗ ପ୍ରଦତ୍ତ ରୁଣୁଝୁଣୁ, ବଲାଙ୍ଗୀର ଦ୍ବାରା ମାଳଖମ୍ବ, ଅଇଁଲାଛାଟ କଳାକାରଙ୍କ କରମା, ତିକୁଡା କଳାକାରଙ୍କ ଦ୍ବାରା ବିଣାକାର ନୃତ୍ୟ ପରିବେଷଣ ହୋଇଥିଲା । ଦର୍ଶକ ମନଭରି ଏହାକୁ ଉପଭୋଗ କରିଥିବାବେଳେ ଆୟୋଜକମାନେ ବି ବେଶ୍‌ ଖୁସି ଅନୁଭବ କରିଛନ୍ତି ।

 

Leave A Reply

Your email address will not be published.