Latest Odisha News

BREAKING NEWS

ଭସାଣି ନିମନ୍ତେ ଟ୍ରାଫିକ ଆଡଭାଇଜାରି ଜାରି; ରାଜଧାନୀରେ ୪ରାସ୍ତାରେ ହେବ ୪ଭସାଣି କମିଟିର…

ଭୁବନେଶ୍ବର: ଭୁବନେଶ୍ଵର ସହରରେ ଦୂର୍ଗାପୂଜା ଭସାଣି ଉତ୍ସବକୁ ନେଇ କମିସନରେଟ୍ ପୋଲିସର ଗାଇଡ଼ଲାଇନ ଜାରି କରିଛି । ଆସନ୍ତା ୩ ତାରିଖ ଦିନ ଭସାଣି ନିମନ୍ତେ ଟ୍ରାଫିକ ଆଡଭାଇଜାରି ଜାରି କରିଛି ପୋଲିସ । ଦିନ ୨ଟାରୁ ରାତି ୧ ଘଟିକା ପର୍ଯ୍ୟନ୍ତ ଯାନାବାହାନ ଚଳାଚଳ ଉପରେ ରହିବ କଟକଣା । ସହରବାସୀଙ୍କୁ ସାମୁହିକ ଭସାଣି ଦେଖିବାକୁ ୪ଟି ସ୍ଥାନରେ ଅନୁମତି ମିଳିଛି । ୪ଟି ରାସ୍ତାରେ ୪ଟି ଭସାଣି କମିଟିର ଭସାଣି ଉତ୍ସବ ପାଳନ କରାଯିବ ।

ଭୁବନେଶ୍ବର ଭସାଣି ଉତ୍ସବ କମିଟି- ସହିଦ ନଗର, ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟି- ନୟାପଲ୍ଲୀ, ଉତ୍ତର ଭୁବନେଶ୍ଵର ଭସାଣି କମିଟି- ଚନ୍ଦ୍ରଶେଖରପୁର ଏବଂ ଓଲ୍ଡ ଟାଉନ୍ ଭସାଣି କମିଟି ।

ସହୀଦ ନଗର ଭସାଣି ପାଇଁ ରାଜମହଲ ରୁ ମାଷ୍ଟରକ୍ୟାଣ୍ଟିନ ଦେଇ ବାଣିବିହାର ପର୍ଯ୍ୟନ୍ତ କୋଣସି ଯାନବାହାନ ଚଳାଚଳ କରିବ ନାହିଁ । ସେହିପରି ନୟାପଲ୍ଲୀ ପାଇଁ ସିଆରପି ଠାରୁ ଡିଏଭି ପର୍ଯ୍ୟନ୍ତ ପରେ ଗୋପବନ୍ଧୁ ଛକ ଦେଇ ଶିରିପୁର ପର୍ଯ୍ୟନ୍ତ କଟକଣା ରହିବ‌ । ଚନ୍ଦ୍ରଶେଖରପୁର ପାଇଁ ନନ୍ଦନକାନନ ଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ ଗାଡି ଚଳାଚଳ କଟକଣା ରହିବ।ଏଥିପାଇ ପାର୍ଶ୍ଵ ରୋଡ ଦେଇ ଯାତାୟତ କରିବେ ସହରବାସୀ ।

ଏନେଇ ଖୋର୍ଦ୍ଧା ପଟୁ ଆସୁଥିବା ସମସ୍ତ ଭାରୀଯାନଗୁଡ଼ିକ ସର୍ଭିସ ରୋଡରେ ଯିବାକୁ ଅନୁମତି ଦିଆଯିବନାହିଁ । କେବଳ NH ରେ ଯାଇପାରିବେ ଏହି ଗାଡି ।

ମୁର୍ତ୍ତି ବିସର୍ଜନ ପାଇଁ ୭ଟି ସ୍ଥାନ ନିରୁପଣ କରାଯାଇଛି । ଏନେଇ ବିଏମସି ପକ୍ଷରୁ ସବୁ ପୁଜା କମିଟିମାନଙ୍କୁ ଅବଗତ କରାଯାଇଛି ।

 

Comments are closed.