Latest Odisha News

BREAKING NEWS

ରାଜଧାନୀର ବସ୍ତିକୁ ଅପରାଧ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନ

ଭୁବନେଶ୍ୱର: ନୂଆବର୍ଷରେ କମିଶରେଟ ପୋଲିସର ନୂଆ ଯୋଜନା । ବସ୍ତିକୁ ଅପରାଧ ମୁକ୍ତ କରିବା ପାଇଁ ନୂଆ ପଦକ୍ଷେପ । ପୋଲିସର ବସ୍ତିକୁ ଚାଲ ଅଭିଯାନ । ବସ୍ତିକୁ ଜଗିବ ପୋଲିସ । ରାଜଧାନୀର ବିଭିନ୍ନ ବସ୍ତିରେ ରାଜ୍ୟ ବାହାରର ଅପରାଧୀ ଭଡ଼ା ଘରେ ରହୁଛନ୍ତି । ଏଠାରେ ଲୁଚୁଛନ୍ତି । ଏହାକୁ ରୋକିବା ପାଇଁ ରାଜଧାନୀର ସବୁ ବସ୍ତିରେ ଜଣେ ଜଣେ ପୋଲିସକୁ ଦାୟିତ୍ୱ ଦିଆଯିବ ।

ଏହାସହ ବସ୍ତିର କିଛି ଯୁବକ ପୋଲିସକୁ ସହାୟତା କରିବେ । ଏହା ଦ୍ୱାରା ବସ୍ତିକୁ କିଏ ଆସୁଛି, କେଉଁଠି ରହୁଛି ଓ ସେମାନଙ୍କ ଗତିବିଧି ଖବର ପୋଲିସ ପାଖରେ ପହଞ୍ଚିବ । ଭୁବନେଶ୍ୱରରେ ଏବେ ୪୩୬ଟି ବସ୍ତି ରହିଛି । ସବୁ ବସ୍ତି ଉପରେ କଡ଼ା ନଜର ରଖିବା ପାଇଁ ସବୁ ଥାନାକୁ କୁହାଯାଇଛି ।
ସପ୍ତାହରେ ଗୋଟିଏ ଦିନ ବସ୍ତି ବାସିନ୍ଦାଙ୍କ ସହ ବୈଠକ କରିବ ପୋଲିସ । ଏହାଦ୍ୱାରା ପୋଲିସ ବି ଲୋକଙ୍କର ନିକଟତର ହୋଇ ପାରିବ । ସେହିପରି ଘର ମାଲିକଙ୍କୁ ମଧ୍ୟ ଭଡ଼ାଟିଆଙ୍କ ତଥ୍ୟ ରଖିବାକୁ କହିଛି ପୋଲିସ । ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ଏଭଳି ଯୋଜନା କରିଥିବା ଡିସିପି ଉମାଶଙ୍କର ଦାଶ କହିଛନ୍ତି ।

Leave A Reply

Your email address will not be published.