Latest Odisha News

BREAKING NEWS

ପୁଣି ଚାଷୀ-ସରକାର ଆଲୋଚନା ନିଷ୍ଫଳ, ୮ରେ ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ: ଆଲୋଚନା ପରେ ଆଲୋଚନା। ଫଳ କିନ୍ତୁ ଶୂନ। ଚାଷୀ ଆନ୍ଦୋଳନରୁ ବାହାରି ପାରୁନି ସମାଧାନର ବାଟ। ଚାଷୀଙ୍କ ଦାବିକୁ ନେଇ ସହମତି ହୋଇପାରୁନାହିଁ। ଆଜି ମଧ୍ୟ ଚାଷୀ- କେନ୍ଦ୍ର ସରକାରଙ୍କ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ଆସନ୍ତା ୮ତାରିଖରେ ପରବର୍ତ୍ତୀ ବୈଠକ ବସିବ। ଏଥିପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି।

ନୂଆ କୃଷି ଆଇନକୁ ଉଚ୍ଛେଦ ଦାବିରେ ଅଡି ବସିଛନ୍ତି କୃଷକ ସଂଗଠନ। ଆଜି ଆଲୋଚନା ବେଳେ ଆଇନ ଉଚ୍ଛେଦ ହୋଇ ପାରିବ ନାହିଁ ବୋଲି ରୋକ ଠୋକ ଶୁଣାଇ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର।

କେଉଁଠି ଅସୁବିଧା ଅଛି  ଆଇନର ଗୋଟିଏ ଗୋଟିଏ ଧାରା ଉପରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ କୃଷି ମନ୍ତ୍ରୀ। ଏହାସହ ନୂଆ କୃଷି ଆଇନରେ ସଂଶୋଧନ ଆଣିବାକୁ କହିଥିଲେ ନରେନ୍ଦ୍ର ସିଂ ତୋମର।

କୃଷି ଆଇନ ଦ୍ବାରା ସେମାନଙ୍କର ଫାଇଦା ହେବ ବୋଲି ବୁଝାଇଥିଲେ। କିନ୍ତୁ କୃଷକ ସଂଗଠନ ନିଜ ଜିଦରେ ଅଟଳ ଅଛନ୍ତି। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ଦିଲ୍ଲୀ ସିଂଘୁ ସୀମାରେ ଧାରଣାରେ ବସିଛନ୍ତି।

Leave A Reply

Your email address will not be published.