ଭୁବନେଶ୍ୱର: ଏଥର ଦଶହରାରେ ଡିଜେ ଏବଂ ବାଣଫୁଟା ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ। ଭୁବନେଶ୍ୱର ଓ କଟକରେ ପୂଜା କମିଟି ସହିତ ବୈଠକ ପରେ ଶନିବାର ଦିନ ନିର୍ଦ୍ଦେଶନାମା ଜାରି ହୋଇଛି।
ଭସାଣ ସମୟରେ ଡିଜେ ଏବଂ ବାଣଫୁଟା ଉପରେ କମିଶନରେଟ୍ ପୋଲିସ୍ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି। ଏତଦ୍ ବ୍ୟତୀତ ରାତି ୧୦ଟା ପରେ ପ୍ରୋସେସନ ଏବଂ ଡିଜେ ବଜାଇବା ଉପରେ ପ୍ରତିବନ୍ଧକ ମଧ୍ଯ ଲଗାଯାଇଛି।
ସେହିପରି ପ୍ରୋସେସନ ସମୟରେ ଶାନ୍ତି ବଜାୟ ରଖିବାକୁ କମିଶନରେଟ୍ ପୋଲିସ ସମସ୍ତ ପୂଜା କମିଟିକୁ ନିବେଦନ କରିଛି। ଅପରପକ୍ଷରେ ରାତି ୧୦ଟା ପର୍ଯ୍ୟନ୍ତ ଶୋଭାଯାତ୍ରାର ଅନୁମତି ରହିଛି। ଯଦି ରାଜ୍ୟ ସରକାର ଅନୁମତି ଦେବେ, ରାତି ୧୨ ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲିପାରିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ଚଳିତ ବର୍ଷ ପୂଜାକୁ ଅପରାଧମୁକ୍ତ ତଥା ‘ଚାନ୍ଦା ଆଦାୟକୁ ଜିରୋ ଟଲରେନ୍ସ ହିସାବରେ ନିଆଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
Comments are closed.