Latest Odisha News

BREAKING NEWS

ଯାଆଁଳା ଫାଣ୍ଡିରୁ କଙ୍କାଳ ଜବତ ଘଟଣା: ପରିଚୟ ଜାଣିବାକୁ ୪ ରାଜ୍ୟକୁ ପଠାଇଲା ପୋଷ୍ଟର

ଭୁବନେଶ୍ୱର: ଯାଆଁ ଫାଣ୍ଡିରୁ କଙ୍କାଳ ଜବତ ଘଟଣାରେ ଖୋଳତାଡ ଚାଲିଛି । ମୃତ ମହିଳାଙ୍କ ପରିଚୟ ଏଯାଏ ମିଳିନି । ପରିଚୟ ଜାଣିବାକୁ ପୂର୍ବରୁ କମିଶନରେଟ ପୋଲିସ ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ମାରିଥିଲା । ଏବେ ରାଜ୍ୟ ବାହାରକୁ ପୋଷ୍ଟର ପଠାଇଛି । ୪ଟି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼କୁ ପୋଷ୍ଟର ପଠାଇଛି କମିଶନରେଟ ପୋଲିସ । ଏସବୁ ରାଜ୍ୟ ଏଡିଜିଙ୍କ ସହ କଥା ହୋଇଛି କମିଶନରେଟ ପୋଲିସ । SCRB ୱେବସାଇଟରେ ମଧ୍ୟ କଙ୍କାଳର ସ୍କେଚ ଜାରି କରାଯାଇଛି ।

ଯାଆଁ ଫାଣ୍ଡି ପରିସରରେ ଥିବା ଏକ ଏସୟୁଭି ଭିତରୁ ଗତ ଫେବ୍ରୁଆରୀ ମାସରେ ନରକଙ୍କାଳ ଜବତ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ କଙ୍କାଳ ଜଣେ ମହିଳାଙ୍କର ବୋଲି ସ୍ପଷ୍ଟ ହୋଇଥିଲା । ମୃତକଙ୍କ ବୟସ ୪୦-୪୫ ବର୍ଷ ଭିତରେ ହେବ । ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ବି ଥିବା ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି ।ଏହି ଗାଡ଼ିରୁ ଜବତ ହୋଇଥିଲା କଙ୍କାଳ
ଫାଣ୍ଡି ପରିସରରେ ଥିବା ଗାଡ଼ି ଭିତରକୁ ମହିଳା ଆସିଲେ କେମିତି ? ସେ କିଏ ? କଣ ତାଙ୍କର ପରିଚୟ ଓ ଠିକଣା କଣ ? ତାଙ୍କର ମୃତ୍ୟୁ ହେଲା କେମିତି ?  ଏଭଳି ଅନେକ ପ୍ରଶ୍ନବାଚୀ ଭିତପେ ଛନ୍ଦି ହୋଇଛି କଙ୍କାଳ ରହସ୍ୟ । ମହିଳା ଥାନା ପୋଲିସ ଘଟଣାର ଥଦନ୍ତ କରୁଛି ।

Comments are closed.