Latest Odisha News

BREAKING NEWS

OYO ରୁମରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାର ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର OYO ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣା । ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି ଲେଖିଲା କମିଶନରେଟ ପୋଲିସ । ଜବତ ଟଙ୍କାର ତଦନ୍ତ ପାଇଁ କମିଶନରେଟ ପୋଲିସ ଆୟକର ବିଭାଗକୁ ଚିଠି ଲେଖିଛି । ବ୍ୟବସାୟୀ ଜଣଙ୍କ ଏତେ ଟଙ୍କା କେଉଁ ଉପାୟରେ ଆଣିଥିଲେ । ଟଙ୍କାର ସ୍ରୋତ କଣ ? ଏନେଇ ବ୍ୟବସାୟୀ ଜଣଙ୍କୁ ପଚରାଉଚରା କରିବ ଆୟକର ବିଭାଗ ।

ମଙ୍ଗଳବାର ରାତିରେ ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଓୟୋ ହୋଟେଲରେ ଆଇପିଏଲ୍ ବେଟିଂ ନେଇ କମିଶନରେଟ୍ ପୋଲିସ ରେଡ୍ କରିଥିଲା । ରେଡ୍ ବେଳେ ପୋଲିସକୁ ମିଳିଥିଲା ଅଢେଇ ଲକ୍ଷ ଟଙ୍କାର ୩୧ଟି ବଣ୍ଡଲ୍ । ପଚରାଉଚରା ପରେ ଅଙ୍ଗାଡ଼ିଆ ସ୍କିମ୍ ବାବଦରେ ଜଣାପଡ଼ିଥିଲା । କରଞ୍ଜିଆର ବ୍ୟବସାୟୀ କମଲ୍ ଶାହଙ୍କୁ ଅଙ୍ଗାଡ଼ିଆ ସ୍କିମରେ ଫସାଇଥିଲେ ଦୁର୍ବୃତ୍ତ । ୧ କୋଟି ଟଙ୍କା ଦେଲେ ଦେଢ଼ କୋଟି ଟଙ୍କା ଆକାଉଣ୍ଟରେ କ୍ରେଡିଟ୍ ହେବ ବୋଲି କହିଥିଲେ ।

ବ୍ୟବସାୟୀ କମଲ୍ ଶାହ ଅଢେଇ ଲକ୍ଷ ଟଙ୍କାର ୪୦ଟି ବଣ୍ଡଲ୍ ଧରି ଭୁବନେଶ୍ୱର ଆସିଥିଲେ । ଅଙ୍ଗାଡ଼ିଆ ସ୍କିମର ମାଷ୍ଟରମାଇଣ୍ଡ ପ୍ରଶାନ୍ତ ପଣ୍ଡା ବ୍ୟବସାୟୀଙ୍କ ଉପରେ ରେଡ୍ କରି ଟଙ୍କା ନେଇଯିବାକୁ ପ୍ଲାନିଂ କରିଥିଲେ । ହେଲେ ରେଡ୍ ବେଳେ ଧରି ଦେଇଥିଲା ପୋଲିସ । ମାମଲାରେ କମିଶନରେଟ୍ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଯେଉଁଥିରେ ଭୁବନେଶ୍ୱର ୟୁପିଡିର ୨ ଜଣ ଓ କଟକ ୟୁପିଡିର ଜଣେ ପୋଲିସ ଥିବା ଡିସିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.