Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ତହସିଲଦାର, ନେଉଥିଲେ ୪୦ ହଜାର ଟଙ୍କା ଲାଞ୍ଚ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଲାଞ୍ଚ ନେଇ ଧରାପଡ଼ିଛନ୍ତି । ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଧରିଛି । ମଣ୍ଡାକିଆର ସେନାପତି ପ୍ରଧାନଙ୍କ ସିଜ୍ ଟ୍ରାକ୍ଟରକୁ ମୁକ୍ତ କରିବା ଲାଗି ତହସିଲଦାର ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ।

ରାଇକିଆ ତହସିଲଦାର ଶ୍ରୀ ପାଢ଼ୀଙ୍କ ଠାରୁ ୪୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଟିମ୍ ତହସିଲଦାରଙ୍କ ବାସଭବନ ସହ କାର୍ଯ୍ୟାଳୟରେ ରେଡ୍ କରିଛନ୍ତି । ତହସିଲଦାରଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ମାମଲା ରୁଜୁ କରିଛି । ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.