Latest Odisha News

BREAKING NEWS

ଯୁକ୍ତ ୨ ମୂଲ୍ୟାୟନ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର : ଯୁକ୍ତ ୨ ମୂଲ୍ୟାୟନ ପାଇଁ ଗଠନ ହେଲା ବିଶେଷଜ୍ଞ କମିଟି । ସିଏସଏସଇ ପକ୍ଷରୁ ୧୪ ଜଣିଆ କମିଟି ଗଠନ ହୋଇଛି । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ଏହି ବିଶେଷଜ୍ଞ କମିଟି ଗଠନ ହୋଇଛି । ଏହି କମିଟିରେ ସ୍ଥାନ ପାଇଛନ୍ତି ବିଶିଷ୍ଟ ଶିକ୍ଷାବିତ୍ । ୧୦ ଦିନ ଭିତରେ ମୂଲ୍ୟାୟନ ଖସଡାର ରିପୋର୍ଟ ଦେବ କମିଟି ।

ତେବେ କେମିତି ଓ କେଉଁ ଆଧାରରେ ମୂଲ୍ୟାୟନ କରାଯିବ ଏବଂ ରେଜଲ୍ଟ ପ୍ରକାଶ ପାଇବ ସେନେଇ କମିଟି ବିଚାର ବିମର୍ଶ କରିବ । ସିବିଏସଇ ପଲିସିକୁ କମିଟି ସଦସ୍ୟ ତର୍ଜମା ବି କରିବେ । ତେବେ ମତାମତ ଆଧାରରେ ସରକାର ନିଷ୍ପତ୍ତି ନେବେ ।

ଆଜି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେଉଁ ସମୟରେ ବାହାରିବ, ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ମଧ୍ୟ ସେହି ସମୟରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ଗଣଶିକ୍ଷା ବିଭାଗ ଦୃଷ୍ଟି ଦେଉଥିବା କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.