Latest Odisha News

ଅଭିଷେକ ବାନାର୍ଜୀ ହେଲେ ତୃଣମୂଳ କଂଗ୍ରେସର ସାଧାରଣ ସଂପାଦକ

କୋଲକାତା : ତୃଣମୂଳ କଂଗ୍ରେସର ସାଂଗଠନିକ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପ୍ରତିଷ୍ଠାତା ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇଛି ।

ଆଜି ତୃଣମୂଳ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ । ବୈଠକରେ ଆଗାମୀ ଦିନରେ ଦଳର ରଣନୀତି ସମ୍ପର୍କରେ ହୋଇଥିଲା ମାରାଥନ ଆଲୋଚନା । ଟିଏମସିର ସାଧାରଣ ସଂପାଦକ ଭାବେ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିପରି ତୃଣମୂଳ କଂଗ୍ରେସର ଯୁବ ସଭାପତି ଭାବେ ସାୟୋନୀ ଘୋଷକୁ ଦାୟିତ୍ବ ଦିଆଯାଇଛି । ଦଳର ସଂଗଠନକୁ ଜାତୀୟ ସ୍ତରରେ ମଜବୁତ କରିବା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଚଳିତ ବିଧାନସଭା ନିର୍ବାଚନରେ କଡା ମୁକାବିଲା ହୋଇଥିଲା । କିନ୍ତୁ ଶାସକ ଟିଏମସି ଏକତରଫା ବିଜୟ ହାସଲ କରି ସରକାର ଗଢ଼ିଥିଲା । ତେବେ ଆଗକୁ ଦଳକୁ ଆହୁରି ମଜବୁତ କରିବା ପାଇଁ ଦଳ ଏପରି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.