Latest Odisha News

BREAKING NEWS

ଗଛର ମୂଲ୍ୟାଙ୍କନ କଲେ ସୁପ୍ରିମକୋର୍ଟଙ୍କ ବିଶେଷଜ୍ଞ କମିଟି, ବର୍ଷକର ମୂଲ୍ୟ ୭୪୫୦୦ ଟଙ୍କା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି ଶୁକ୍ରବାର ଗଛର ମୂଲ୍ୟାଙ୍କନ କରିଛନ୍ତି । ଏହା ଅନୁସାରେ ବର୍ଷକର ଗଛର ମୂଲ୍ୟ ୭୪୫୦୦ ରଖାଯାଇଛି । ଯେତେ ବର୍ଷ ଗଛ ପୂରଣା ହେବ ସେହି ଅନୁସାରେ ୭୪୫୦୦ ଗୁଣନ କରାଯିବ । ଦେଶରେ ପ୍ରଥମ ଥର ପାଇଁ ଏ ଭଳି ମୂଲ୍ୟାଙ୍କନ କରାଯାଇଛି । ୧୦୦ ବର୍ଷରୁ ପୁରାତନ ଗଛର ମୂଲ୍ୟ ୧କୋଟିରୁ ଊର୍ଦ୍ଧ୍ୱ ହେବ । ଖଣ୍ଡପୀଠର ମୁଖ୍ୟ ବିଚରପତି ଏସଏ ବୋବଡେଙ୍କ ସହ ଏଏସ ବୋପାନ୍ନା ଓ ବି.ରାମସୁବ୍ରମଣ୍ୟମ ଉପରୋକ୍ତ ଶୁଣାଣୀ କରିଛନ୍ତି ।

ଅମ୍ଳଜାନର ମୂଲ୍ୟ ବର୍ଷକ ପିଛା-୪୫୦୦୦, ପିଡିଆର ମୂଲ୍ୟ-୨୦୦୦୦, କାଠର ମୂଲ୍ୟ-୧୦,୦୦୦ ରଖାଯାଇ ଉପରୋକ୍ତ ହିସାବ କରାଯାଇଛି । ପଶ୍ଚିମବଙ୍ଗ ରେଲୱେ ଓଭରବ୍ରିଜ କରିବା ପାଇଁ ୩୫୬ ଗଛ କାଟିବା ପାଇଁ ଅନୁମତି ମାଗିଥିଲେ । ଏହାକୁ ବିଚାର କରି ଖଣ୍ଡପୀଠ ଏହି ଶୁଣାଣୀ କରିଛି ।

Leave A Reply

Your email address will not be published.