Latest Odisha News

BREAKING NEWS

ଅହମ୍ମଦାବାଦରେ ଆୟୋଜିତ ହୋଇପାରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା

ଅହମ୍ମଦାବାଦ: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନରୁ ଅଷ୍ଟ୍ରେଲିଆ ଓହରି ଯାଇଛି । ରିପୋର୍ଟ ମୁତାବକ ଭାରତୀୟ ଅଲିମ୍ପିକ କମିଟି ଗୁଜରାଟ ସରକାରଙ୍କ ସହ ଆଲୋଚନା କରି ଏହି ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ପାଇଁ ବିଡ ଦାଖଲ କରିପାରିବା ପାଇଁ ଯୋଜନା କରାଯାଉଛି । ଯଦି ଏହା ହୁଏ ତାହାହେଲେ ଦ୍ୱିତୀୟ ଥର ପାଇଁ ଭାରତରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜିତ ହେବ । ଏହା ପୂର୍ବରୁ ୨୦୧୦ରେ ଦିଲ୍ଲୀରେ ଏହା ଆୟୋଜିତ ହୋଇଥିଲା । ପୂର୍ବରୁ ଗୁଜରାଟ ସରକାର ୨୦୩୦ ଓ ୨୦୩୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ହାତେଇବା ପାଇଁ ଉଦ୍ୟମ ଜାରୀ ରଖିଛି । ୨୦୨୮ ସୁଦ୍ଧା ଅହମ୍ମଦାବାଦ ତାର ଇନଫ୍ରାଷ୍ଟ୍ରକଚର ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟରେ ରହିଛି ।

ଯଦି ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଅନୁମତି ମିଳେ ତାହାହେଲେ ୨ ବର୍ଷ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ପଡିବ । ଅହମ୍ମଦାବାଦରେ ୪୬୦୦ କୋଟି ବ୍ୟୟରେ ବିଶ୍ୱସ୍ତରର ବଲ୍ଲଭଭାଇ ପଟେଲ ସ୍ପୋର୍ଟ୍ସ ଏନକ୍ଲେଭର ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ୨୩୬ ଏକର ଜାଗାରେ ନିର୍ମିତ ହେଉଛି । ଏହି ଏନକ୍ଲେଭରେ ୨୦ଟି ଖେଳ ଆୟୋଜିତ ହୋଇପାରିବ । ଏହା ବ୍ୟତୀତ ନରନପୁରା ସ୍ପୋର୍ଟ୍ସ କଂପ୍ଲେକ୍ସର ମଧ୍ୟ ବିକାଶ କାର୍ଯ୍ୟ ଚାଲିଛି ।

Comments are closed.