ମୁମ୍ବାଇ: ବର୍ମିଂହାମରେ ହେବାକୁ ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଭାରତକୁ ଆଉ ଏକ ଝଟକା ଲାଗିଛି । ମହିଳା କ୍ରିକେଟ ଟିମର ଆଉ ଜଣେ ସଦସ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଛି । ଫଳରେ ୨ ଖେଳାଳିଙ୍କ ଅନୁପସ୍ଥିତିରେ ଟିମର ଅନ୍ୟ ସଦସ୍ୟମାନେ ବର୍ମିଂହାମ ଯାଇଛନ୍ତି । ୨୯ ଜୁଲାଇରେ ଭାରତ ତାର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ । ଉପରୋକ୍ତ ୨ ଖେଳାଳି ଭାରତରେ କ୍ୱାରେଂଟାଇନରେ ରହିଛନ୍ତି । ବିସିସିଆଇ ଏବଂ ଭାରତୀୟ ଅଲିମ୍ପିକ ଆସୋସିଏଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଏହି ୨ ଖେଳାଳିଙ୍କ ନେଗେଟିଭ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଖେଳିବା ସମ୍ଭାବନା ନାହିଁ । ଟିମର ଅଧିନାୟିକା ହରମନପ୍ରୀତ କୌର ଆମେ ଭାରତ ପାଇଁ ପଦକ ଜିତିବା ନିମନ୍ତେ ଯଥାସମ୍ଭବ ଉଦ୍ୟମ କରିବୁ ବୋଲି କହିଛନ୍ତି । ୩୧ ଜୁଲାଇରେ ପାକିସ୍ତାନ ଓ ୩ ଅଗଷ୍ଟରେ ବାରବାଡୋସ ବିପକ୍ଷରେ ଭାରତ ମ୍ୟାଚ ଖେଳିବ । କ୍ରିକେଟରେ ଭାରତ ଏକ ପଦକ ପାଇବ ବୋଲି ଆଶା କରାଯାଉଛି ।
BREAKING NEWS
- ଆଣ୍ଡାମାନ ସାଗରରେ ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ
- ମେସିନ୍ ଲେଖିବ ପାଠ, ତାହା ପୁଣି ଅବିକଳ ହାତଲେଖା
- ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ
- ଜନ୍ମରୁ ଦୃଷ୍ଟିହୀନ ବ୍ୟକ୍ତି କେଉଁ ରଙ୍ଗ ବାରି ପରେ, ଜାଣନ୍ତୁ ଏହା ପଛର ସତ୍ୟତା…
- ଚେନ୍ ଚୋରି ବେଳେ ମହିଳାଙ୍କ ମୃତ୍ୟୁ ଘଟଣା: ଶେଷରେ ଗିରଫ ହେଲା ଅଭିଯୁକ୍ତ
- ସମ୍ବଲପୁର ହାତୀ ମୃତ୍ୟୁ ଘଟଣା; କର୍ତ୍ତବ୍ୟରେ ଅବହେଳା କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
- ସିନ୍ଦେ, ଫଡନାଭିସ ନା ଆଉ କିଏ?
- ଐତିହାସିକ ବିଜୟ: ପର୍ଥରେ ଅଷ୍ଟ୍ରେଲିଆଠୁ ପ୍ରତିଶୋଧ ନେଲା ଭାରତ
- ମଙ୍ଗଳ ଗ୍ରହରେ ଜଳ ବିନା ଜୀବନ ସମ୍ଭବ କି? କ’ଣ କହୁଛି ବିଜ୍ଞାନ…
- ଭୁଲ ଜିପିଏସ୍ ନେଭିଗେସନ୍ ଯୋଗୁଁ ବ୍ରିଜରୁ ଖସିଲା କାର
Comments are closed.