ମୁମ୍ବାଇ: ବର୍ମିଂହାମରେ ହେବାକୁ ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଭାରତକୁ ଆଉ ଏକ ଝଟକା ଲାଗିଛି । ମହିଳା କ୍ରିକେଟ ଟିମର ଆଉ ଜଣେ ସଦସ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଛି । ଫଳରେ ୨ ଖେଳାଳିଙ୍କ ଅନୁପସ୍ଥିତିରେ ଟିମର ଅନ୍ୟ ସଦସ୍ୟମାନେ ବର୍ମିଂହାମ ଯାଇଛନ୍ତି । ୨୯ ଜୁଲାଇରେ ଭାରତ ତାର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ । ଉପରୋକ୍ତ ୨ ଖେଳାଳି ଭାରତରେ କ୍ୱାରେଂଟାଇନରେ ରହିଛନ୍ତି । ବିସିସିଆଇ ଏବଂ ଭାରତୀୟ ଅଲିମ୍ପିକ ଆସୋସିଏଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଏହି ୨ ଖେଳାଳିଙ୍କ ନେଗେଟିଭ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଖେଳିବା ସମ୍ଭାବନା ନାହିଁ । ଟିମର ଅଧିନାୟିକା ହରମନପ୍ରୀତ କୌର ଆମେ ଭାରତ ପାଇଁ ପଦକ ଜିତିବା ନିମନ୍ତେ ଯଥାସମ୍ଭବ ଉଦ୍ୟମ କରିବୁ ବୋଲି କହିଛନ୍ତି । ୩୧ ଜୁଲାଇରେ ପାକିସ୍ତାନ ଓ ୩ ଅଗଷ୍ଟରେ ବାରବାଡୋସ ବିପକ୍ଷରେ ଭାରତ ମ୍ୟାଚ ଖେଳିବ । କ୍ରିକେଟରେ ଭାରତ ଏକ ପଦକ ପାଇବ ବୋଲି ଆଶା କରାଯାଉଛି ।
BREAKING NEWS
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ
- ଜନ ସମୁଦ୍ରରେ ଶେଷ ହେଲା ଯୋଡି ଛତର ଯାତ୍ରା
- ସୁବର୍ଣ୍ଣରେଖା ନଦୀରେ ଅଘଟଣ;ବୁଡିଗଲେ ୨ ଭାଇ
- Kotia Border Dispute:ଦଳ ମତ ନିର୍ବିଶେଷରେ କୋଟିଆ ପାଇଁ ଏକାଠି ହେବା ଦରକାର: ଧର୍ମେନ୍ଦ୍ର ପ୍ରଧାନ
- Raja Besha Darshan: ସୁନା ଅଳଙ୍କାରରେ ଝଲସିଲେ ମହାପ୍ରଭୁ! ଶ୍ରୀମନ୍ଦିରରେ ରାଜାଧିରାଜ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

Comments are closed.