ବର୍ମିଂହାମ: ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ହୋଇଛି । ତେବେ ଏହା ପରେ ୧୦ ଶ୍ରୀଲଙ୍କା ଖେଳାଳି ନିଖୋଜ ହୋଇଛନ୍ତି । ଏଥିରେ ୯ ଖେଳାଳି ଓ ଜଣେ ଅଧିକାରୀ ରହିଛନ୍ତି । ରିପୋର୍ଟ ମୁତାବକ ଦେଶର ଆର୍ଥୀକ ସଙ୍କଟକୁ ଦେଖି ଏମାନେ ଶ୍ରୀଲଙ୍କା ନ ଫେରି ଇଂଲଣ୍ଡରେ ରହିବାକୁ ଚାହୁଁଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଶ୍ରୀଲଙ୍କାର ୫୧ ଅଧିକାରୀଙ୍କ ସହ ୧୬୧ ସଦସ୍ୟ ଦଳ ବର୍ମିଂହାମ ଆସିଥିଲେ । ପ୍ରଥମେ ଶ୍ରୀଲଙ୍କା ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ ହେବା ନେଇ ସଙ୍କଟ ଉପୁଜିଥିଲା । କମନୱେଲଥ ଗେମ୍ସ ମହାସଂଘ ଓ କ୍ରିକେଟ ବୋର୍ଡର ସହାୟତା ଯୋଗୁ ଏଥିରେ ଅଂଶଗ୍ରହଣ କରିପାରିଥିଲେ । ପୂର୍ବରୁ ଓସ୍ଲୋ ରେସଲିଂ ବିଶ୍ୱ ଚାମ୍ପିୟନଶିପରେ ଦଳର ମ୍ୟାନେଜର ନିଖୋଜ ହୋଇଯାଇଥିଲେ । ୨୦୧୪ ଏସିଆନ ଗେମ୍ସ ପରେ ମଧ୍ୟ ୨ ଖେଳାଳିଙ୍କ ପତା ଆଜି ଯାଁଏ ମିଳିନି ।
BREAKING NEWS
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
- ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ, ୧୧୦ ବର୍ଷରେ ହୋଇଥିଲେ ବାପା
- ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ
- ନୂତନ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି
- Nipah Virus: ଓଡ଼ିଶାକୁ ନାହିଁ ନିପା ଭୟ, ରୋଗୀ ଚିହ୍ନଟ ହୋଇନାହାନ୍ତି: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
- ଜାନୁଆରୀ ୧୭ ଯାଏଁ ଥରିବ ଓଡ଼ିଶା…
Comments are closed.