Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାସେ ପରେ ମନ୍ତ୍ରିମଣ୍ଡଳ ବିସ୍ତାର କଲେ ଏକନାଥ ସିନ୍ଦେ

ମୁମ୍ବାଇ: ଶିବସେନାକୁ ଭାଙ୍ଗି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ ମହାରାଷ୍ଟ୍ରରେ ସିନ୍ଦେ କ୍ୟାବିନେଟ୍ ସମ୍ପ୍ରସାରିତ ହୋଇଛି । ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୧୮ ବିଧାୟକ । ସମ୍ପ୍ରସାରିତ କ୍ୟାବିନେଟରେ ବିଜେପିରୁ ୯ ଜଣ ଓ ୯ ଜଣ ସିନ୍ଦେ ଗୋଷ୍ଠୀରୁ ମନ୍ତ୍ରୀ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଜୁନ୍ ୩୦ରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେବେଠୁ ମାସେରୁ ଅଧିକ ଦିନ ଧରି ମହାରାଷ୍ଟ୍ରରେ ୨ ସଦସ୍ୟ କ୍ୟାବିନେଟ୍ ଚାଲିଥିଲା । ଯାହାକୁ ନେଇ ବିରୋଧୀଙ୍କ ଲଗାତାର ସମାଲୋଚନା ପରେ ମନ୍ତ୍ରିମଣ୍ଡଳ ବିସ୍ତାର ହୋଇଛି ।

ଆଜି ହୋଇଥିବା କ୍ୟାବିନେଟ୍ ସମ୍ପ୍ରସାରଣରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଏନସିପି ନେତା ଅଜିତ ପାୱାର ରାଜଭବନରେ ଉପସ୍ଥିତ ଥିଲେ । ମନ୍ତ୍ରିମଣ୍ଡଳ ବିସ୍ତାର ପରେ ଏବେ ଶିବସେନା କାହାର ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯଦିଓ ନିର୍ବାଚନ ଆୟୋଗ ଉଭୟ ସିନ୍ଦେ ଓ ଉଦ୍ଧବଙ୍କ ଗୋଷ୍ଠୀକୁ ଦସ୍ତାବିଜ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୋମବାର ସୁଦ୍ଧା କେବଳ ସିନ୍ଦେ ଗୋଷ୍ଠୀ ଦସ୍ତାବିଜ୍ ଦାଖଲ କରିଛନ୍ତି । ଏବେ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଥିବାରୁ ଆଗକୁ ତେଜିପାରେ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ଭିତରେ ଲଢ଼େଇ ।

Leave A Reply

Your email address will not be published.