ଗଞ୍ଜାମ: ରବିବାର ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ହେବାରୁ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ଗୋଳନ୍ଥରା ଥାନା ଅଧୀନ ପିତାତଲି ଗ୍ରାମ ଅଶାନ୍ତ ହୋଇପଡ଼ିଛି । ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ କେ. ଲୋକନାଥ ଓ କେ.ରାବଣା । ସେମାନଙ୍କୁ ଚିକିଟି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ବାଇକକୁ ଭାଙ୍ଗିରୁଜି ଦେଇଛନ୍ତି । ଗୋଟିଏ ଗୋଷ୍ଠୀ ଗ୍ରାମରେ ଆତଙ୍କ ଖେଳାଇବା ସହ ବୋମା ଓ ପଥରମାଡ଼ କରିଥିଲେ । ଖବରପାଇ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । ପୂର୍ବ ଶତ୍ରୁତା ଏବଂ ରାଜନୈତିକ ବିବାଦକୁ କେନ୍ଦ୍ର କରି ଏପରିି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି । ଆଜି ସନ୍ଧ୍ୟାରେ ଲୋକନାଥ ଓ ରାବଣା ଚିକିଟିରୁ ବାଇକ୍ ଯୋଗେ ଗାଁକୁ ଫେରୁଥିଲେ । ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀର ୨୦ରୁ ଅଧିକ ସମର୍ଥକ ସେମାନଙ୍କୁ ଘେରି ଯାଇଥିଲେ । ଖଣ୍ଡା ଓ କାତି ସମେତ ବିଭିନ୍ନ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିବା ସହ ବୋମା ପକାଇଥିଲେ । ସୂଚନାଯୋଗ୍ୟ , ପ୍ରାୟ ଏକ ମାସ ହେଲା ଗାଁରେ ଦୁଇଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି । ପୂର୍ବରୁ ଉଭୟ ଗୋଷ୍ଠୀର ଏତଲା କ୍ରମେ ଗୋଳନ୍ଥରା ଥାନାରେ ୪ଟି ମାମଲା ରୁଜୁ ହୋଇସାରିଛି । ସେହିପରି ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି । ବର୍ତ୍ତମାନ ସୁଦ୍ଧା ୩ ଜଣ ଗିରଫ ହୋଇଛନ୍ତି । ଗତ ରବିବାର ପ୍ରତିପକ୍ଷ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ କେ.ପୋଲେୟା ଆହତ ହୋଇଥିଲେ ।
BREAKING NEWS
- ଆଇଟିଇଆର ରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍ଘାଟିତ
- ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ
- Railway zone:ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ଦକ୍ଷିଣତଟ ରେଳବାଇରେ ମିଶ୍ରଣକୁ ବିଜେଡିର ବିରୋଧ
- Earthquake: ଥରିଲା ଉତ୍ତର ଭାରତ;ଭୂମିକମ୍ପର କେନ୍ଦ୍ରସ୍ଥଳ…
- West Bengal Polls: ସରକାରୀ ଅଧିକାରୀ ମମତା ବାନାର୍ଜୀଙ୍କ ଦଳ ପାଇଁ ପ୍ରଚାର କରୁଥିଲେ; ECIର କାର୍ଯ୍ୟାନୁଷ୍ଠାନ ଗ୍ରହଣ
- Terror module:ପାକ୍ ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଥିବା ‘ଆତଙ୍କବାଦୀ ମଡ୍ୟୁଲ୍’ର ୪ସଦସ୍ୟଙ୍କୁ ଗିରଫ କଲା ATS
- ମାଲଦାରେ ୭ ନ୍ୟାୟିକ ଅଧିକାରୀଙ୍କୁ ଘେରାଉ ଘଟଣା; ମାଲଦାରେ ଯାଞ୍ଚ କରୁଛି ଏନଆଇଏ ଟିମ୍
- ଜନ୍ମ କଲା ମାଆକୁ ବିଷ ଖୁଆଇ ହତ୍ୟା କଲା ପୁଅ; ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
- ଅଧିନାୟକ ପଦ ହରାଇବେ କି ରାହାଣେ
- ପାଟିରେ ପଶିଗଲା କଉ ମାଛ…ଚାଲିଗଲା ଯୁବକଙ୍କ ଜୀବନ
Comments are closed.