Latest Odisha News

BREAKING NEWS

ଭଦ୍ରକରେ ବସ୍ ବନ୍ଦ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ଭଦ୍ରକ: ଭଦ୍ରକ ବସ୍ ସିଣ୍ଡିକେଟରେ ଫାଟ । ଗଡ଼ୁନି ବସ୍, ଯାତ୍ରୀ ହନ୍ତସନ୍ତ । ବସ୍ ରହଣି, ଯାତ୍ରୀଙ୍କୁ ବସରେ ଚଢ଼ାଇବାକୁ ନେଇ ବିବାଦ ଉପୁଜିଛି । ଯାହାକୁ ନେଇ ଭଦ୍ରକ ବସ୍ ସିଣ୍ଡିକେଟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ଗୋଷ୍ଠୀ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରଖିଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ।

ଅଭିଯୋଗ ଅନୁସାରେ, ଗୋଟିଏ ଗୋଷ୍ଠୀ ଅନ୍ଯ ଏକ ଗୋଷ୍ଠୀର ବସକୁ ବାଲେଶ୍ୱର ଜିଲ୍ଲାର ସୋର ଠାରେ କିଛି ଅସାମାଜିକ ଯୁବକଙ୍କ ଦ୍ୱାରା ଅଟକାଇଥିଲେ । ବସ୍ ଅଟକାଇ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଗାଳି ଗୁଳଜ କରିଥିଲେ ।  ଯାହାକୁ ନେଇ ଜିଲ୍ଲା ପ୍ରଶାସନରେ ଅଭିଯୋଗ ହୋଇଥିବା ବେଳେ ପୋଲିସ କିଛି ପଦକ୍ଷେପ ନେଇ ନଥିଲା ।

ଯାହାର ପ୍ରତିବାଦରେ ଗୋଟିଏ ଗୋଷ୍ଠୀ ରାତି ଅଧିଆ ବୈଠକ କରି ଆଜିଠୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବସ୍ ଚଳାଚଳ ବନ୍ଦ କରିଛନ୍ତି । ଅନ୍ୟପଟେ ଯାତ୍ରୀଙ୍କୁ ଚଢ଼ାଇବା ଓ ଓହ୍ଲାଇବାକୁ ନେଇ କୌଣସି ସମସ୍ୟା ହୋଇ ନଥିବା କହିଛନ୍ତି ଭଦ୍ରକ ବସ୍ ସିଣ୍ଡିକେଟର ଯୁଗ୍ମ ସମ୍ପାଦକ ।

Leave A Reply

Your email address will not be published.