Latest Odisha News

BREAKING NEWS

ଟି୨୦ ବିଶ୍ୱକପ ୨୦୨୨: ଚୂଡାନ୍ତ ହେଲା ୧୬ ଟିମ

ମେଲବୋର୍ଣ୍ଣ: ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଶନିବାର ନେଦରଲାଣ୍ଡ ଓ ଜିମ୍ବାୱେ କ୍ୱାଲିଫାଇ କରିବା ପରେ ୧୬ ଟିମ ଚୂଡାନ୍ତ ହୋଇଛି । ଭାରତ ସମେତ ୮ ଟିମ ସୁପର ୧୨ରେ ଖେଳିବେ । ଅନ୍ୟ ୮ ଟିମରୁ ୪ଟି ପ୍ରଥମ ରାଉଣ୍ଡ ପରେ ସୁପର ୧୨ରେ ପଂହଚିବେ । କ୍ୱାଲିଫାୟର ସେମିଫାଇପାଲରେ ଜିମ୍ବାୱେ ଓ ନେଦରଲାଣ୍ଡ ବିଜୟ ହାସଲ କରିଥିଲେ । ପୂର୍ବରୁ ଆୟର୍ଲାଣ୍ଡ ଓ ୟୁଏଇ ଟି୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି । ଅକ୍ଟୋବର ୧୬ରୁ ବିଶ୍ୱକପ ଆରମ୍ଭ ହେବ । ଭାରତ ତାର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଅକ୍ଟୋବର ୨୩ରେ ଭେଟିବ । ଏହା ପରେ ୨୭ରେ ଗ୍ରୁପଏର ରନର୍ସଅପ, ୩୦ରେ ଦକ୍ଷିଣ ଆଫ୍ରିକା, ନଭେମ୍ବର ୨ରେ ବାଂଲାଦେଶ ଓ ୬ରେ ଗ୍ରୁପ ବି ୱିନର ସହ ମ୍ୟାଚ ଖେଳିବ ।

୪୫ଟି ମ୍ୟାଚ ଆଡିଲେଡ, ବ୍ରିସବେନ, ଜିଲୋଙ୍ଗ, ହୋବାର୍ଟ, ମେଲବୋର୍ଣ୍ଣ ପର୍ଥ ଓ ସିଡନୀରେ ଖେଳାଯିବ । ୧୩ ନଭେମ୍ବରରେ ଫାଇନାଲ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ସୁପର ୧୨ରେ ପ୍ରବେଶ କରି ସାରିଛନ୍ତି । ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ସ୍କଟଲାଣ୍ଡ, ନାମ୍ବିଆ, ଆୟର୍ଲାଣ୍ଡ, ୟୁଏଇ, ଜିମ୍ବାୱେ ଓ ନେଦରଲାଣ୍ଡ ମଧ୍ୟରେ ବାକି ୪ଟି ଟିମ ସୁପର ୧୨କୁ ଉନ୍ନୀତ ହେବେ ।

Leave A Reply

Your email address will not be published.