Latest Odisha News

ଅଭିନବ ଉଦ୍ୟମ, ବର୍ଷକରେ ୧୦ ହଜାର କଣ୍ଡୋମ୍ ଅର୍ଡର କରି ସମ୍ମାନିତ

ନୂଆଦିଲ୍ଲୀ : ବ୍ୟବସାୟ ଦୁନିଆରେ ଅନେକ ସମୟରେ ଉଠାଣି ଗଡାଣି ଦେଖିବାକୁ ମିଳିଥାଏ । ଏହି କାରଣରୁ ନିଜ ଉତ୍ପାଦକୁ ଗ୍ରାହକଙ୍କ ପାଖରେ ପହଂଚାଇବା ପାଇଁ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ କୌଶଳ ଆପଣେଇଥାନ୍ତି ଯାହାକୁ ନେଇ ଚର୍ଚ୍ଚା ଲାଗିରହିଥାଏ ।

ନିକଟରେ ଅନଲାଇନ୍ ଷ୍ଟୋର କମ୍ପାନୀ ବ୍ଲିଙ୍କିଟ ୨୦୨୩ରେ ବିଭିନ୍ନ ସହରରୁ ମିଳିଥିବା ଅର୍ଡର ତାଲିକାକୁ ଏକ ନିଆରା ଢଙ୍ଗରେ ପ୍ରକାଶ କରିଛି । ବିଭିନ୍ନ ସ୍ଥାନରେ ଏହି ଅର୍ଡରଗୁଡିକର ହୋର୍ଡିଂ ଲଗାଇ କମ୍ପାନୀ ଗ୍ରାହକମାନଙ୍କୁ ସମ୍ମାନିତ କରିଛି ।

ବ୍ଲିଙ୍କିଟ ସିଇଓ ତଥା ସହ-ପ୍ରତିଷ୍ଠାତା ଆଲବିନ୍ଦର ଧିଣ୍ଡସା କହିଛନ୍ତି, ୨୦୨୩ରେ କିଛି ଆକର୍ଷଣୀୟ ବିକ୍ରୟ ଧାରା ସୃଷ୍ଟି ହୋଇଛି । ଏହି କ୍ରୟ ଢାଞ୍ଚା ସାମାଜିକ ପରିବର୍ତ୍ତନକୁ ସୂଚିତ କରେ । ତାଙ୍କ କହିବାନୁସାରେ, ଦକ୍ଷିଣ ଦିଲ୍ଲୀର ଜଣେ ଗ୍ରାହକ କ୍ୱିକ୍ ଡେଲିଭରୀ ପ୍ଲାଟଫର୍ମ ବ୍ଲିଙ୍କିଟରୁ ୯,୯୪୦ କଣ୍ଡୋମ ଅର୍ଡର କରିଛନ୍ତି । ‘ବ୍ଲିଙ୍କିଟ ଟ୍ରେଣ୍ଡସ ୨୦୨୩’ ଅନୁଯାୟୀ, ଗୁରୁଗ୍ରାମରେ ୬୫,୯୭୩ ଲାଇଟର ଅର୍ଡର କରିଥିଲେ । ଏହାସହ ଜଣେ ମାସକରେ ୩୮ଟି ଅନ୍ତଃବସ୍ତ୍ର ଅର୍ଡର କରିଛନ୍ତି । ଅନ୍ୟ ଜଣେ ଗ୍ରାହକ ୯୭୨ ମୋବାଇଲ ଚାର୍ଜର ଅର୍ଡର କରିଛନ୍ତି ।

Leave A Reply

Your email address will not be published.