Latest Odisha News

ନୂଆବର୍ଷର ପ୍ରଥମ ଦିନ କେଉଁଠି,କେମିତି ପାଳନ୍ତି, ଜାଣନ୍ତୁ…..

ଆସିଛି ନୂଆ ବର୍ଷ । ଲୋକେ ଧୁମ୍‌ଧାମ୍‌ରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ତେବେ ୨୦୨୪ରେ ସକରାତ୍ମକ ଚିନ୍ତାଧାରା ନେଇ ଆଗକୁ ବଢିବା ସହ ବର୍ଷଯାକ ଭଲରେ କଟିବା ପାଇଁ ଲୋକେ ଭିନ୍ନ ଭିନ୍ନ ପରମ୍ପରା ପାଳନ କରଥାନ୍ତି । ତେବେ ନୂଆବର୍ଷ ଭଲରେ କଟିବା ପାଇଁ ଦୁନିଆରେ ଏମିତି କିଛି ପରମ୍ପରା ରହିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଗ୍ରୀସରେ ଘରେ ଘରେ ନୂଆବର୍ଷ ଆରମ୍ଭରୁ ଦୁଆର ମୁହଁରେ ପିଆଜ ଟଙ୍ଗା ଯାଇଥାଏ । ପିଆଜ ଟାଙ୍ଗିବା ଦ୍ୱାରା ପୁର୍ନଜନ୍ମ ମିଳିବା ସହ ଓ ନୂଆ ଆରମ୍ଭକୁ ସୂଚାଇ ଥାଏ ବୋଲି ସେଠାକାର ଲୋକେ ବିଶ୍ୱାସ କରନ୍ତି । ଗ୍ରୀସରେ ଆହୁରି ପରମ୍ପରା ରହିଛି କି, ପିତା-ମାତା ପିଲାଙ୍କ ମୁଣ୍ଡରେ ପିଆଜ ଫିଙ୍ଗିଲେ, ପିଲାଙ୍କର ବର୍ଷ ଭଲ ଯାଇଥାଏ । ସେହିପରି ସ୍ପେନ୍‌ରେ ନୂଆବର୍ଷ ଦିନ ଅର୍ଥାତ୍ ରାତିରେ ୧୨ଟା ବାଜିବା ମାତ୍ରେ ସ୍ପେନବାସୀ ଅଙ୍ଗୁର ଖାଇଥାନ୍ତି । ଅଙ୍ଗୁର ପେନ୍ଥାରୁ ଗୋଟିଏ ପରେ ଗୋଟିଏ ଅଙ୍ଗୁର ଖାଇବା ଆରମ୍ଭ କରିଥାନ୍ତି । ଗୋଟିଏ ମିନିଟରେ ଗୋଟିଏ ଅଙ୍ଗୁର ଖାଇବାବେଳେ ଯଦି ଗୋଟିଏ ବାକି ରହିଯାଏ । ତାହାକୁ ଅଶୁଭ ମନାଯାଏ ।

ସେହିପରି ଡେନମାର୍କରେ ନୂଆବର୍ଷର ପ୍ରଥମ ଦିନରେ ପ୍ଲେଟ ଭାଙ୍ଗିବାକୁ ଶୁଭ ମାନିଥାନ୍ତି । ପ୍ରିୟଜନଙ୍କ ଘର ସମ୍ମୁଖରେ ସେମାନେ ଗୋଟିକ ପରେ ଗୋଟିଏ ପ୍ଲେଟ ଭାଙ୍ଗିଥାନ୍ତି । ଯେତେ ଅଧିକ ପ୍ଲେଟ ଭାଙ୍ଗିବ ସେତେ ଶୁଭ ବୋଲି ଏଠାରେ ପରମ୍ପରା ରହିଛି । କଲୋମ୍ବିଆବାସୀ ନୂଆବର୍ଷ ଆରମ୍ଭରୁ ଖାଲି ସୁଟକେଶ୍ ନେଇ ବୁଲିବାର ପରମ୍ପରା ରହିଛି । ଖାଲି ବ୍ୟାଗ ଧରି ବୁଲିବା ଦ୍ୱାରା ବର୍ଷସାରା ଟ୍ରାଭେଲ କରିବାକୁ ସୁଯୋଗ ମିଳିବ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

Leave A Reply

Your email address will not be published.