ନୂଆଦିଲ୍ଲୀ: ପଡିଆରେ ନମାଜ ପଢ଼ିବା ଅଭିଯୋଗରେ ପାକିସ୍ତାନ କ୍ରିକେଟର ମହମ୍ମଦ ରିଜୱାନ ଅଡୁଆରେ ପଡି ପାରନ୍ତି । ଚଳତି ବିଶ୍ୱକପ କ୍ରିକେଟରେ ନେଦରଲାଣ୍ଡ ବିପକ୍ଷ ମୁକାବିଲାରେ ପାକିସ୍ତାନର ଏହି ଖେଳାଳି ପଡିଆରେ ନମାଜ ପଢ଼ିଥିଲେ । ସୁପ୍ରିମକୋଟ ଓକିଲ ବିନୀତ ଜିନ୍ଦଲ ଏହା ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ଖେଳ ପଡିଆରେ ନମାଜ ପଢ଼ିବା ଖେଳର ଭାବନା ବିରୋଧୀ । ରିଜୱାନ ଏହା ପୂର୍ବରୁ ଟି୨୦ ବିଶ୍ୱକପ ଓ ୨୦୨୧ରେ ଭାରତ-ପାକିସ୍ତାନ ମ୍ୟାଚ ଅବସରରେ ପଡିଆରେ ନମାଜ ପାଠ କରିଥିଲେ ।
ସୂଚନାଯୋଗ୍ୟ, ବିନୀତ ନିକଟରେ ପାକିସ୍ତାନ ଆଙ୍କର ଜୈନ ଆବାସଙ୍କ ବିରୋଧରେ ବିବାଦୀୟ ଟୁଇଟ ନେଇ ଅଭିଯୋଗ ଆଣିଥିଲେ । ଏହା ବିବାଦୀୟ ପରିସ୍ଥିତି ସୃଷ୍ଟି କରିବାରୁ ତାଙ୍କୁ ଭାରତ ଛାଡିବା ପାଇଁ ବାଧ୍ୟ କରାଯାଇଥିଲା । ଦିନିକିଆ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ୮ମ ଥର ପାଇଁ ଭାରତ ନିକଟରୁ ପରାଜିତ ହୋଇଥିବା ବେଳେ କେବେ ବି ବିଜୟ ହାସଲ କରିପାରି ନାହିଁ ।
Comments are closed.