Latest Odisha News

BREAKING NEWS

ଅଶୋକ ଗେହଲଟଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ: ଲଢି ପାରିବେନି କି ନିର୍ବାଚନ ?

ଜୟପୁର:ରାଜସ୍ଥାନ ବିଧାନସଭା ନିର୍ବାଚନକୁ ନେଇ ଦିନକୁ ଦିନ ଚର୍ଚ୍ଚା ବଢିବାରେ ଲାଗିଛି । କୌଣସି ରାଜନୈତିକ ଦଳ ବିରୋଧୀଙ୍କୁ ଆକ୍ରମଣ କରିବାର ସାମାନ୍ୟ ସୁଯୋଗ ବି ହାତଛଡା କରବାକୁ ଚାହୁଁନାହାନ୍ତି । ଏମିତି ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଫସିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଶୋକ ଗେହଲଟ ତାଙ୍କର ନାମାଙ୍କନ ପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯାଗ ଆସିଛି । ଏଥିସହିତ ନିର୍ବାଚନ ଅଧିକାରୀଙ୍କ ପାଖରେ ତାଙ୍କର ନାମାଙ୍କନ ପତ୍ର ରଦ୍ଦ କରିବା  ପାଇଁ ଅପିଲ କରାଯାଇଛି । ଏ ନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

ପବନ ପାରିକ ନାମକ ଜଣେ ବ୍ୟକ୍ତି ନିର୍ବାଚନ ଆୟୋଗଙ୍କ ପାଖକୁ ପଠାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି, ଅଶୋକ ଗେହଲଟ ଯିଏ କି ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀ ଅଛନ୍ତି, ସେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ତଥ୍ୟ ନିର୍ବାଚନ ଆୟୋଗଙ୍କୁ ଦେଇଥିବା ନାମାଙ୍କନ ପତ୍ରରେ ଉଲ୍ଲେଖ କରିନାହାନ୍ତି । ପାରିକ କହିଛନ୍ତି, ନାମାଙ୍କନ ପତ୍ରରେ ସମସ୍ତ ଅପରାଧିକ ମାମଲାର ତଥ୍ୟ ଦେବା ଜରୁରୀ । ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ଅପରାଧିକ ମାମଲାର ଅଧା ତଥ୍ୟ ଦେଇଛନ୍ତି ଏବଂ ଦୁଇଟି ଅପରାଧିକ ମାମଲାରକୁ ଲୁଚାଇଛନ୍ତି ।

ଅଭିଯୋଗ ପତ୍ରରେ ଏକଥା ମଧ୍ୟ କହିଛନ୍ତି, ପ୍ରଥମ ଅପରାଧିକ ମାମଲା ୨୦୧୫ ୮ ସେପ୍ଟେମ୍ବରରେ ଗାନ୍ଧୀ ନଗର ଥାନାରେ ରୁଜୁ ହୋଇଥିଲା ଯାହାର  ଏଫଆଇଆର ସଂଖ୍ୟା ୪୦୯/୨୦୧୫ । ଏହି ମାମଲା ଏବେ ବି କୋର୍ଟରେ ଅଛି ଏବଂ ଏହାର ପରବର୍ତ୍ତୀ ଶୁଣାଣି ୨୦୨୩ ନଭେମ୍ବର ୨୪ରେ ଅଛି । ସେହିପରି ୨ୟ ମାମଲା ୨୦୨୨ ମାର୍ଚ୍ଚ ୩୧ରେ ରୁଜୁ ହୋଇଥିଲା । ଏହି ମାମଲା ଏବେ ବି ରାଜସ୍ଥାନ ହାଇକୋର୍ଟରେ ପଡିଛି ।

ଏହି ଦୁଇ ମାମଲା ବିଷୟରେ ଅବଗତ କରିବା ସହ ଅଭିଯୋଗକାରୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି, ଏଥିପାଇଁ ଅଶୋକ ଗେହଲଟଙ୍କ ବିରୋଧରେ ଧାରା ୧୭୭, ୪୧୯, ୪୨୦, ୪୬୭ ଏବଂ ୪୭୧ ଅନୁସାରେ ମାମଲା ରୁଜୁ ହେବା ଦରକାର । ଏଥିସହିତ ତାଙ୍କ ନାମାଙ୍କନ ପତ୍ର ଖାରଜ କରିବାକୁ ନିବେଦନ କରିଛନ୍ତି । ସୂଚନା ଥାଉ କି, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଥର ସରଦାପୁରା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।

 

Leave A Reply

Your email address will not be published.